କଂଗ୍ରେସର ସାଂଗଠନିକ ବୈଠକ
ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ସଦର ମହକୁମା ଘୁ.ଉଦୟଗିରି ସ୍ଥିତ ସମ୍ୱନ୍ୱିତ ସଭାଗୃହ ଠାରେ ଯୁବନେତା ତଥା ପୂର୍ବତନ ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନଙ୍କ ନେତୃତ୍ୱରେ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ବରିଷ୍ଠ କଂଗ୍ରେସ କର୍ମୀ ରମାକାନ୍ତ ମହାପାତ୍ର, ବରିଷ୍ଠ କଂଗ୍ରେସ କର୍ମୀ ମାନଭଞ୍ଜନ ପ୍ରଧାନ, ବରିଷ୍ଠ କଂଗ୍ରେସ କର୍ମୀ ଚିତ୍ତରଞ୍ଜନ ସାହୁ, ବରିଷ୍ଠ କଂଗ୍ରେସ କର୍ମୀ ବୀରେନ୍ଦ୍ର ମହାମଲିକ, ୱାର୍ଡ ୧୩ର କାଉନସିଲର ପ୍ରାର୍ଥୀ ଶୁଭ୍ରମନୁ୍ୟ ନାୟକ, ତଲାରୀମାହା ସମିତିସଭ୍ୟ ଉମେଶ ପ୍ରଧାନ, ରାଜେଶ ସାହୁ, ଦିଲୀପ ନାୟକ, ମହାନନ୍ଦ ପ୍ରଧାନଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ଏହି ବୈଠକରେ ଗଗନ କୁମାର ପ୍ରଧାନ ସଭାପତିତ୍ୱ କରି ବିଜେଡିରୁ ଆସି କଂଗ୍ରେସରେ ଯୋଗ ଦେଇଥିବା ଘୁ.ଉଦୟଗିରି ଏନ୍ଏସି ୱାର୍ଡ ୮ର କାଉନସିଲର ଯାକେଶ ପ୍ରଧାନ ଓ ଅନ୍ୟ ବରିଷ୍ଠ କଂଗ୍ରେସ କର୍ମୀଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ବୈଠକର ଆରମ୍ଭରେ ବରିଷ୍ଠ କଂଗ୍ରେସ କର୍ମୀ ରମାକାନ୍ତ ମହାପାତ୍ରଙ୍କ ସହ ଅନ୍ୟ କର୍ମୀମାନେ ଆସନ୍ତା ପଂଚାୟତରାଜ ଓ ୨୦୨୯ ସାଧାରଣ ନିର୍ବାଚନରେ କଂଗ୍ରେସକୁ ବିଜୟ କରିବା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ସ୍ଥାନୀୟ ବିଧାୟକ ଦଳକୁ ଶକ୍ତିଶାଳୀ କରିବା ପାଇଁ ବକ୍ତବ୍ୟ ରଖିବା ସହ କଂଗ୍ରେସ କର୍ମୀଙ୍କୁ ଏକଜୁଟ ହୋଇ ସମ୍ପ୍ରଦାୟିକ ଦଳ ବିଜେପି ବିରୋଧରେ ଲଢେଇ କରିବାକୁ କର୍ମୀଙ୍କୁ ଉଦ୍ବୋଧନ ଦେଇଥିଲେ । ଏହି ସାଂଗଠନିକ ବୈଠକର ଆୟୋଜନ ଦାୟିତ୍ୱ ଯୁବନେତା ଶଶାନନ୍ଦ ପ୍ରଧାନ ନେଇଥିଲେ ।