ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ଭଦ୍ରକ ୟୁନିକ୍

 ଭଣ୍ଡାରିପୋଖରୀ :  ସ୍ଥାନୀୟ ଚନ୍ଦ୍ରଭାନୁପୁର କ୍ରିକେଟ ପଡିଆରେ ହରମୋହନ ମହାପାତ୍ର ସ୍ମାରକୀ କି୍ରକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ ଭଦ୍ରକ ୟୁନିକ୍ ୧୧ ସହ ବାସୁଦେବପୁର ଉକôଳିକା ଦଳ ମଧ୍ୟରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ଉକôଳିକା ଦଳ ଅଧିନାୟକ ଟସ ଜିଣି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ ୟୁନିକ୍ ଦଳ କରି  ନିର୍ଦ୍ଧାରିତ ୨୫ ଓଭରରେ ସମସ୍ତ ଉଇକେଟ ହରାଇ ୨୯୦ ରନ ସ୍କୋର କରିଥିଲେ । ବ୍ୟାଟ୍ସମ୍ୟାନ ଅମିତ ସାହୁ ସର୍ବାଧିକ ୭୧ ରନ ଓ ରେହିତ ସିଂ ୬୨ ରନ ହାସଲ କରିଥିଲେ । ବିପକ୍ଷ ବୋଲର ବସନ୍ତ ମହାଳିକ ୩ ଓଭର ବୋଲିଂ କରି ୨୭ ରନ ବିନିମୟରେ ୨ ଉଇକେଟ ଅକ୍ତିଆର କରିଥିଲେ । ଉକôଳିକା ଦଳ ୧୯ ଓଭରରେ ସମସ୍ତ ଉଇକେଟ ହରାଇ ୨୦୪ ରନ କରି ପରାଜିତ ହୋଇଥିଲା । ଦଳ ପକ୍ଷରୁ ବସନ୍ତ ମହାଳିକ ୮୨ ରନ ସ୍କୋର କରିଥିଲେ । ବିପକ୍ଷ ବୋଲର ଭୈବପ୍ରକାଶ ୪ ଓଭର ବୋଲିଂ କରି ୧୮ ରନ ଦେଇ ୨ଉଇକେଟ ଆସଲ କରିଥିଲେ । ମ୍ୟାନ ଅଫ ଦି ମ୍ୟାନ ବିବେଚିତ ପ୍ରକାଶ ଜେନାଙ୍କୁ ଲଳିତ ରାଉତ ପୁରସ୍କୃତ କରିଥିଲେ । ଶରତ ଜେନା ଓ ରାମଚନ୍ଦ୍ର ଦାଶ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ । ସୋମ୍ୟରଞ୍ଜନ ପରିଡା ସ୍କୋରର, ପ୍ରଦୀପ ଜେନା ଭାଷ୍ୟକାର ଦାୟିତ୍ୱ ତୁଲାଇଥିଲେ । ବୁଧବାର ୩ୟ କ୍ୱାଟର ଫାଇନାଲ ମ୍ୟାଚ ଭୁବନେଶ୍ୱର ଫୁ୍ୟଚର କ୍ଲବ ସହ ବାଲେଶ୍ୱର ଆଦର୍ଶ କ୍ଲବ ମଧ୍ୟରେ ଅନୁଷ୍ଠିତ ହେବ ।