ସପ୍ତମ ହୀରାପୁର ପ୍ରେମିୟର ଲିଗ୍ ଉଦ୍ୟାପିତ; ବିଶୁନିଆପଡା ବୁଲ୍ ଚାମ୍ପିଅନ୍

 ବାଲିଅନ୍ତା : ବାଳକାଟି ସ୍ଥିତ ମହାମାୟା ଯୁବ ପରିଷଦ ଆନୁକୂଲ୍ୟରେ ହୀରାପୁର ଖେଳ ପଡିଆରେ ଗତ ୧୯ ରୁ ଚାଲିଥିବା ହୀରାପୁର ପ୍ରେମିୟର ଲିଗ୍ ମ୍ୟାଚ (ଏଚ୍ପିଏଲ) ଉଦ୍ୟାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟରେ ମୋଟ ୮ ଟି ଦଳ ଭାଗ ନେଇଥିବା ବେଳେ, ବିଶୁନିଆପଡା ବୁଲ ଓ କ୍ରିଷ୍ଣା ୱାରିୟର ମଧ୍ୟରେ ଫାଇନାଲ ଖେଳା ଯାଇଥିଲା । ପ୍ରଥମେ କ୍ରିଷ୍ଣା ୱାରିୟର ବ୍ୟାଟିଂ କରି ନିର୍ଦ୍ଧାରିତ ୫ ଓଭରରେ ୬ ୱିକେଟ ହରାଇ ୮୯ ରନ୍ କରିଥିଲେ । ଜବାବରେ ବିଶୁନିଆପଡା ବୁଲ ବ୍ୟାଟ୍ସମ୍ୟାନ ଆନନ୍ଦ ପରିଡାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ୪ ୱିକେଟ ହରାଇ ଓ ଆଉ ଗୋଟିଏ ବଲ ବାକିଥାଇ ଏହି ମ୍ୟାଚ୍କୁ ଜିତି ନେଇଥିଲା । ଉଦ୍ୟାପିତ ମ୍ୟାଚ୍ରେ ମୁଖ୍ୟଅତିଥି ଭାବେ ସମବାୟବୀତ ତଥା ସମାଜସେବୀ ବିଜୟ ନାୟକ, ସମ୍ମାନୀତ ଅତିଥି ସାମ୍ବାଦିକ ବଙ୍କିମ ଚନ୍ଦ୍ର ନାୟକ, ରବିନ୍ଦ୍ର ନାୟକ, ଚକ୍ରଧର ନାୟକ, ପୂର୍ବତନ ସରପଞ୍ଚ ସୁକାନ୍ତ ସାହୁ ପ୍ରମୁଖ ଯୋଗଦେଇ ବିଜୟୀ ବିଶୁନିଆପଡା ବୁଲ ଦଳକୁ ଚାମ୍ପିଅନ ଟ୍ରଫି ଓ ପରାଜିତ କ୍ରିଷ୍ଣା ୱାରିୟାର ଦଳକୁ ରନର୍ସଅପ ଟ୍ରଫି ପ୍ରଦାନ କରିଥିଲେ । ଆନନ୍ଦ ପରିଡାକୁ ମ୍ୟାନ ଅଫ ଦି ମ୍ୟାଚ୍, କାର୍ତ୍ତିକ ମଙ୍ଗରାଜକୁ ମ୍ୟାନ୍ ଅଫ ଦି ସିରିଜ ଭାବେ ପୁରସ୍କୃତ କରାଯାଇଥିଲା । ୩ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟକୁ ଧରଣୀଧର ଦାସ, ରବିନ୍ଦ୍ର ସାହୁ, ଅକ୍ଷୟ ଦାସ, ମାନସ ରଞ୍ଜନ ଦାସ, କିଶୋର ଦାସ, ସନ୍ତୋଷ ନାୟକ, ଆଶିଷ ସାହୁ, ଅଭିଶେଖ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।