ଏୟାରପୋର୍ଟରେ କାନ୍ଦିଲେ ବାଂଲାଦେଶୀ କ୍ରିକେଟର

ଏୟାରପୋର୍ଟରେ କାନ୍ଦିଲେ ବାଂଲାଦେଶୀ କ୍ରିକେଟର

ଭାରତ ଏବଂ ପାକିସ୍ତାନ ଉଭୟ ଯୁଦ୍ଧବିରତି ଉପରେ ସହମତ ହୋଇଛନ୍ତି। ପୂର୍ବରୁ ଉଭୟ ପାର୍ଶ୍ୱରୁ କ୍ଷେପଣାସ୍ତ୍ର ମାଡ କରାଯାଇଥିଲା ଏବଂ ପ୍ରବଳ ବୋମାମାଡ଼ ହୋଇଥିଲା, ଏହି ସମୟରେ ପାକିସ୍ତାନ କ୍ରିକେଟ ବୋର୍ଡ PSL 2025 ସ୍ଥଗିତ ରଖିବା ଘୋଷଣା କରିଥିଲା। ନିକଟରେ, ଯେତେବେଳେ ବିଦେଶୀ କ୍ରିକେଟର୍‌ ପାକିସ୍ତାନରୁ ଦୁବାଇ ବିମାନବନ୍ଦରରେ ଅବତରଣ କରିଥିଲେ, ସେହି ସମୟରେ ବାଂଲାଦେଶୀ ଖେଳାଳି ରିଶାଦ ହୁସେନ ତାଙ୍କର ଯନ୍ତ୍ରଣା ପ୍ରକାଶ କରିଥିଲେ। ସେ କହିଥିଲେ ଯେ କିପରି ତାଙ୍କ ଦେଶର କ୍ରିକେଟର ନାହିଦ ରାଣା ଥରିବାକୁ ଲାଗିଲେ। ସେ ଜଣେ କ୍ରିକେଟରଙ୍କ ବିଷୟରେ ମଧ୍ୟ କହିଥିଲେ ଯିଏ କହିଛନ୍ତି ଯେ ସେ କେବେ ପାକିସ୍ତାନ ମାଟିରେ ପାଦ ଦେବେ ନାହିଁ। କ୍ରିକବଜ ଅନୁଯାୟୀ, ଦୁବାଇ ବିମାନବନ୍ଦରରେ ଅବତରଣ କରିବା ପରେ, ରିଶାଦ ହୁସେନ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ କହିଥିଲେ, “ସାମ ବିଲିଙ୍ଗସ, ଡାରିଲ ମିଚେଲ, କୁସାଲ ପେରେରା, ଡେଭିଡ ୱିସ ଏବଂ ଟମ କରାନ ସମେତ ସମସ୍ତ ଖେଳାଳି ଭୟଭୀତ ହୋଇଯାଇଥିଲେ। ଦୁବାଇରେ ଅବତରଣ କରିବା ପରେ, ଡାରିଲ ମିଚେଲ ମୋତେ କହିଥିଲେ ଯେ ସେ ଆଉ କେବେ ପାକିସ୍ତାନ ଯିବେ ନାହିଁ, ବିଶେଷକରି ଏପରି ସଙ୍କଟ ସମୟରେ ନୁହେଁ।” ରିଶାହ ହୁସେନ ଏହା ମଧ୍ୟ କହିଥିଲେ ଯେ ଯେତେବେଳେ ଟମ କରନ ଜାଣିବାକୁ ପାଇଲେ ଯେ ପାକିସ୍ତାନର ବିମାନବନ୍ଦର ବନ୍ଦ ହୋଇଯାଇଛି, ସେ କାନ୍ଦିବାକୁ ଲାଗିଲେ। ଟମ କରନ ପିଲା ପରି କାନ୍ଦିବାକୁ ଲାଗିଲେ ଏବଂ ତାଙ୍କୁ ଶାନ୍ତ କରିବା ପାଇଁ 2-3 ଜଣଙ୍କର ଆବଶ୍ୟକତା ଥିଲା। ବାଂଲାଦେଶ ଖେଳାଳି ରିଶାଦ ହୁସେନ ମଧ୍ୟ କହିଛନ୍ତି ଯେ ଦୁବାଇରେ ଅବତରଣ କରିବା ପରେ, ତାଙ୍କୁ ଖବର ମିଳିଥିଲା ଯେ ତାଙ୍କ ବିମାନ ପାକିସ୍ତାନ ବିମାନବନ୍ଦରରୁ ଉଡ଼ାଣ ଭରିବାର ମାତ୍ର 20 ମିନିଟ ପରେ ବିମାନବନ୍ଦର ଉପରେ ଆକ୍ରମଣ ହୋଇଛି। ମୃତ୍ୟୁଠାରୁ ମାତ୍ର 20 ମିନିଟ ଦୂରରେ ଥିବାରୁ, ରିୟାଜ ହୁସେନ କହିଥିଲେ ଯେ ଦୁବାଇ ଆସିବା ପରେ ତାଙ୍କୁ ଦ୍ୱିତୀୟ ଜୀବନ ମିଳିଥିବା ଭଳି ଅନୁଭବ ହୋଇଥିଲା।