ଅମୃତ ସରୋବର ନାଁରେ ଟଙ୍କା ହଡ଼ପ

 ହିନେ୍ଦାଳ :ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ବ୍ଲକ ରାସୋଳ ଗ୍ରାମପଞ୍ଚାୟତ ସାଗର ବନ୍ଧ ଆପ୍ରୁଭାଲ ପୂର୍ବରୁ ମେସିନ୍ ସାହାଯ୍ୟରେ ଗାଁ ଲୋକ ପୋଖରୀ ଖୋଳି ମାଟି ନେଇଥିଲେ ।  ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିବା ବେଳେ  ପଞ୍ଚାୟତ ଏଡ଼ିଓ,  ପିଓ, ଏପିଓ, କନିଷ୍ଠଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ପୋଖରୀ ଖୋଳା ବିଷୟରେ କିଛି ଜାଣିନଥିବା ଦର୍ଶାଇଥିଲେ । ମାତ୍ର ସେହି ସାଗର ବନ୍ଧକୁ ଅମୃତ ସରୋବର ଆପ୍ରୁଭାଲ କରି ଲେବର ଡିମାଣ୍ଡ ଦେଉଥିବା ଦେଖିବାକୁ ମିଳୁଛି । ୧୦ ଲେବରଙ୍କ ଗୋଟିଏ ଫଟୋରେ ୬୭ ଜଣଙ୍କୁ ଲେବର ଡିମାଣ୍ଡ ଦିଆଯାଉଛି । ସେହି ଗୋଟିଏ ଫଟୋରେ ପ୍ରତ୍ୟେକ ଦିନ ଏନ୍ଏମ୍ଏସ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ପୋଖରୀରେ ପାଣି ଥିବାବେଳେ କିପରି ଲେବର କାର୍ଯ୍ୟ କଲେ ଏବଂ ଲେବର କାମ କରୁଥିବାର ଏନ୍ଏମଏସ ଫଟୋ ଅପଲୋଡ଼ କରାଯାଉଛି ତାହା ବିଷୟରେ ଏଡିଓ, କନିଷ୍ଠଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀ ଏହାକୁ କିପରି ମଞ୍ଜୁର କରୁଛନ୍ତି ତାହା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । ହାତ ଗଣତି ଲୋକଙ୍କୁ ରାସ୍ତାରେ ଏବଂ ପୋଖରୀ ପାଣି ଭିତରେ ଛିଡା କରି ଏନ୍ଏମଏସ ଫଟୋ କିପରି ଗ୍ରାମସାଥି ଉଠାଉଛନ୍ତି ଏବଂ ସେହି ଫଟୋକୁ କିପରି ଅଧିକାରୀ ଗ୍ରହଣ କରୁଛନ୍ତି । ତାହା ଏବେ ରାସୋଳ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାଯୋଗ୍ୟ, ହିନେ୍ଦାଳ ବ୍ଲକ ରାସୋଳ ପଞ୍ଚାୟତ ସାଗର ବନ୍ଧ ଶୁଖିଲା ପଡିଥିବାରୁ ଦୁଇ ମାସ ପୂର୍ବରୁ ଲୋକମାନେ ମେସିନ ସାହାଯ୍ୟରେ ମାଟି ଖୋଳି ନିଜ ଜମି ପୋତା ପୁରାଇବାକୁ ମାଟି ନେଇଥିଲେ । ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲେ ମଧ୍ୟ ହିନେ୍ଦାଳ ତହସିଲଦାର କିମ୍ବା ସରପଞ୍ଚ କୌଣସି ପଦକ୍ଷେପ ନେଇନଥିଲେ । ପଞ୍ଚାୟତ ଏଡିଓ, ପିଇଓ, କନିଷ୍ଠ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀ ଏବିଷୟରେ କୌଣସି କୌଣସି ତଥ୍ୟ ନଥିବା ଏବଂ ସାଗର ବନ୍ଧର କୌଣସି କାର୍ଯ୍ୟ ପାଇଁ ଆପ୍ରୁଭାଲ ନ ଥିବା ଦର୍ଶାଇଥିଲେ । ମାତ୍ର ଆଶ୍ଚର୍ଯ୍ୟର କଥା ଏବେ ସେହି ପୋଖରୀକୁ ଅମୃତ ସରୋବରରେ ଆପ୍ରୁଭାଲ କରି ବିଲ କରିବା ପାଇଁ ଲେବର ଡିମାଣ୍ଡ ଚାଲିଛି । ତେବେ ଅଧିକ ପିସି ଏବଂ କାର୍ଯ୍ୟରେ ଭାଗିଦାରୀତା ଥିବାରୁ  ହିନେ୍ଦାଳ ଅଧିକାରୀମାନେ ଚୁପ ବସି ଠିକାଦାରକୁ ଦୁର୍ନୀତି କରିବାରେ ସାହାଯ୍ୟ କରୁଥିବା ଆଲୋଚନା ହେଉଛି । ତେବେ ଏହି ଘଟଣାର ସଠିକ ତଦନ୍ତ ପାଇଁ ଢେଙ୍କାନାଳ ଜିଲ୍ଲାପାଳ ଏବଂ ସିଡିଓ ଦୃଷ୍ଟି ଦେବାକୁ ଦାବି ହେଉଛି ।