ଡକାୟତି ଘଟଣାରେ ୩ କୋର୍ଟ ଚାଲାଣ

 ଯାଜପୁର ଟାଉନ : ଡ଼କାୟତି ଘଟଣାରେ ସଂପୃକ୍ତ ଯାଜପୁର ଟାଉନ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଯାଜପୁର ଥାନାଧିକାରୀ ଦାୟିତ୍ୱରେ ଥିବା ଡିଏସ୍ପି ଶରତ ଚନ୍ଦ୍ର ପାତ୍ର ଦେଇଥିବା ସୂଚନା ମତେ ୫ଜଣ ଯୁବକ ଡକାୟତ ବରାହ ମନ୍ଦିର ନିକଟ ଶିବ ପ୍ରତିମୂର୍ତି ନିକଟରୁ ଡ଼କାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ବିଶେଷ ସୂତ୍ରରୁ  ପୁଲିସକୁ ଖବର ମିଳିଥିଲା । ଡ଼ିଏସପିଙ୍କ ନିଦେ୍ର୍ଦଶରେ ଏସ୍ଆଇ ଅଜୟ କୁମାର ସାହୁ, ଏସ୍ଆଇ ମହେନ୍ଦ୍ର ସେଠୀ ଓ ଅନ୍ୟ ପୁଲିସ କର୍ମଚାରୀ ଘଟଣା ସ୍ଥଳରେ ପହଁଚି ୩ ଜଣ ଯୁବକଙ୍କୁ କାବୁ କରିଥିବା ବେଳେ ୨ ଜଣ ଫେରାର ହୋଇ ଯାଇଥିଲେ । ଗିରଫ ତିନିଜଣ ଯୁବକ ଶିତଳେଶ୍ୱର ଗ୍ରାମର ବଳରାମ ଦାସଙ୍କ ପୁଅ ସୌମ୍ୟ ରଞ୍ଜ (୨୪), ଗରିଆପୁର ଅଂଚଳର ଗୟାଧର ବେହେରାଙ୍କ ପୁଅ ସଞ୍ଜନ (୨୦) ଓ ସେହି ଗରିଆପୁର ଅଂଚଳର ରାମଚନ୍ଦ୍ର ବେହେରାଙ୍କ ପୁଅ ବେଣୁଧର (୨୧) ବୋଲି ପୁଲିସ କହିଛି ।  ସୂଚନାଯୋଗ୍ୟ ଯେ, ଗତ ୧୯.୭.୨୫ ରିଖରେ ମଙ୍ଗଳପୁର ଥାନା ନୂଆପାଟଣା ଗ୍ରାମର ବ୍ରଜ କିଶୋର ଦାସ ନିଜ ଭଉଣି ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ଆସି ଚିକିତ୍ସା ସାରି ଘରକୁ ଫେରୁଥିବା ବେଳେ ସିନ୍ଦୁରାଇମୁହଁ ଛକ ନିକଟରେ ୪ଜଣ ଦୁର୍ବୃତ ୨ଟି ବାଇକରେ ଆସି ନଗଦ ୪୫ହଜାରରୁ ଉଦ୍ଧ୍ୱର୍ ଟଙ୍କା ଓ ମୋବାଇଲ ଝାମ୍ପି ନେଇ ପଳାଇଥିଲେ । ଏ ନେଇ ବ୍ରଜ କିଶୋର ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗକୁ ଭିତି କରି ପୁଲିସ ଏକ ଚୋରି ମାମଲା ରୁଜୁ କରିଥିଲା । ଏହି ତିନିଜଣ ଯୁବକ ଉକ୍ତ୍ ଚୋରି ଘଟଣାରେ ସଂପୃକ୍ତ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ବେଳେ ତାଙ୍କ ମୋବାଇଲ ଓ ତାଙ୍କ ନିକଟରୁ ୪୫ହଜାର୭ଶହ ଟଙ୍କା, ଗୋଟିଏ ବାଇକ ଜବତ କରିଛି । ଏସ୍ଆଇ  ସୌରଭ ମାଝୀ ଘଟଣାର ତଦନ୍ତ କରୁଛନ୍ତି । ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତ ଅଧିକାରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି ।