ନବପତ୍ରିକା ପୂଜା ଆରମ୍ଭ : ନାଲିକଲି ବେଶରେ ଦର୍ଶନ ଦେଲେ ମା’ ମଙ୍ଗଳା
କାକଟପୁର : କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିରରେ ଆରମ୍ଭ ହୋଇଛି ନବପତ୍ରିକା ପୂଜା । ସ୍ୱତନ୍ତ୍ର ନୀତିକାନ୍ତିରେ ଚାଲିଛି ମାଙ୍କ ପୂଜାର୍ଚ୍ଚନା । ଆଜି ମହିଷାସୁରଙ୍କ ଠାବ ପାଇଁ ମାଆଙ୍କ ଚଳନ୍ତି ପ୍ରତିମା ମଣି ବିମାନରେ ରନôଗିରି ବିଜେ କରିବା ପରେ ମାଆଙ୍କ ସ୍ୱତନ୍ତ୍ର ବେଶ ଆରମ୍ଭ ହୋଇଛି । ମା’ ପାଦ ପଦ୍ମ ଲାଗି ସହ ନାଲିକଲି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମା’ଙ୍କ ଦର୍ଶନ ପାଇଁ ବିଭିନ୍ନ ପ୍ରାନ୍ତରରୁ ମାତଭକ୍ତଙ୍କ ସୁଅ ଛୁଟୁଛି । ଆଜି ପୀଠରେ ମଧ୍ୟାହ୍ନରେ ସୂର୍ଯ୍ୟ ପୂଜା ସହ ଚଣ୍ଡୀ ପାଠ ଚାଲିଥିବାବେଳେ, ଅପରାହ୍ନରେ ବଲ୍ଳଭଧୂପ, ସକାଳ ଧୂପ ଓ ଦ୍ୱିପହର ଧୂପ ପରେ ଭଅଣ୍ଡ ଧୂପ ଅନୁଷ୍ଠିତ ହୋଇଥିଲା କ୍ଷ ପରେ ମନ୍ଦିର ପହୁଡ଼ ପଡି ଖୋଲାଯିବା ପରେ ସନ୍ଧ୍ୟା ଆଳତୀ କରାଯାଇଥିଲା କ୍ଷ ତାପରେ ମା ଙ୍କୁ ପୁନଃ ସ୍ନାନ ମାର୍ଜନା କରାଯାଇ ପାଦପଦ୍ମ ଲାଗି ସହ ନାଲି କଲି ବେଶରେ ସଜ୍ଜିତ କରାଯାଇଥିଲା ।