ବ୍ୟାସ ପ୍ରିଣ୍ଟମିଡିଆର ବାର୍ଷିକ ଉତ୍ସବ , ସାମ୍ବାଦିକଙ୍କ ସମସ୍ୟା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବି: ମନ୍ତ୍ରୀ
ାା ପ୍ରଭାନୁ୍ୟଜ୍ ।ା ବ୍ୟାସନଗର: ରବିବାର ବ୍ୟାସପ୍ରିଣ୍ଟ ମିଡିଆ ଆସୋସିଏସନ ବ୍ୟାସନଗରର ଷଷ୍ଠ ବାର୍ଷିକ ଉତ୍ସବ ଏଠାକାର ସଂସ୍କୃତି ଭବନ ପରିସରରେ ସଂଘ ସଭାପତି ଶରତ ପଥାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉସôବକୁ ସମବାୟ, ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉଦ୍ଘାଟନ କରି କହିଥିଲେ ସାମ୍ବାଦିକତା ଏକ ବୃତ୍ତି ନୁହେଁ ଏହା ଏକ ବ୍ରତ । ଗଣତନ୍ତ୍ର ସମାଜର ଚତୁର୍ଥ ସ୍ତମ୍ଭ । ଭୁଲ ସୂଚନା ସାମ୍ବାଦିକ ମାନେ ଗ୍ରହଣ କରି ସମାଜକୁ ଭ୍ରମିତ କରିବା ଉଚିତ୍ ନୁହେଁ । ସାମ୍ବାଦିକମାନେ ସତ୍ୟନିଷ୍ଠ ଖବର ପରିବେଷଣ କଲେ ସମାଜ ଓ ଲୋକଙ୍କ ମଙ୍ଗଳ ହେବବୋଲି କହିବା ସହିତ ଆମ ସରକାର ସାମ୍ବାଦିକ ମାନଙ୍କ ସମସ୍ୟା ନେଇ ଯଥେଷ୍ଟ ଯନôବାନ ଓ ସଚେତନ ଅଛନ୍ତି । ସାମ୍ବାଦିକଙ୍କ ସମସ୍ୟା ଗୁଡିକ ଏକ ପ୍ରତିନିଧି ଦଳ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ବୋଲି କହିବା ସହ ଯାଜପୁରକୁ ଏକ ବିକଶିତ ଜିଲା ଭାବରେ ଗଢି ତୋଳିବା ପାଇଁ ସେ ଚେଷ୍ଟିତ ବୋଲି କହିଥିଲେ । ମୁଖ୍ୟ ଅତିଥି ଯାଜପୁର ସାଂସଦ ଡ଼.ରବୀନ୍ଦ୍ର ନାରାୟଣ ବେହେରା କହିଥିଲେ କି ବର୍ତ୍ତମାନ ସାମ୍ବାଦିକ ମାନଙ୍କ ପାଇଁ ବଡ଼ ଚାଲେଞ୍ଜ ରହିଛି । ସାମ୍ବାଦିକତା କ୍ଷେତ୍ରରେ ନୂଆ ନୂଆ କୌଶଳ ଆପଣାଇବା ପାଇଁ କହିଥିଲେ । ଯାହା ଫଳରେ ସମ୍ବାଦ ପ୍ରତି ଯୁବ ପୀଢ଼ି ଆକୃଷ୍ଟ ହେବେ । ମୋହନ ସରକାରରେ ସାମ୍ବାଦିକ ମାନଙ୍କ ପାଇଁ କୌଣସି ପ୍ରତିବନ୍ଧକ ନାହିଁ ବୋଲି କହିଥିଲେ । ବିଶିଷ୍ଟ ଅତିଥି କୋରେଇ ବିଧାୟକ ଆକାଶ ଦାସ ନାୟକ, କହିଥିଲେ କି ସାମ୍ବାଦିକ ସମାଜର ଆଇନା । ବିଗତ ୩୦ ବର୍ଷ ତଳର ସାମ୍ବାଦିକତା ଆଉ ଏବେକାର ସାମ୍ବାଦିକତା ମଧ୍ୟରେ ଅନେକ ଫରକ୍ ରହିଛି । ସାମ୍ବାଦିକ ମାନେ ତାଙ୍କର ଲେଖନୀର ମୁନରେ ସମାଜକୁ ଦିଗଦର୍ଶନ ଦେଇପାରୁଛନ୍ତି । ମୁଖ୍ୟବକ୍ତା ରାଜ୍ୟ ସାମ୍ବାଦିକ ସଂଘ ଏସୟୁଜେର ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ଯୋଗଦେଇ ସାମ୍ବାଦିକ ମାନେ ସରକାର ଓ ଲୋକଙ୍କ ମଧ୍ୟରେ ସେତୁବନ୍ଧ ହୋଇ କାମ କରୁଥିବା ବେଳେ ସେମାନଙ୍କ ସମସ୍ୟା ପ୍ରତି ସରକାର ଯନôବାନ ହେବାକୁ କହିଥିଲେ । ବରିଷ୍ଠ ଉପଦେଷ୍ଟା ହାରାଧନ ବାନାର୍ଜୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂଗଠନ ସମ୍ପାଦକ ଉମାକାନ୍ତ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଘର ସାଧାରଣ ସମ୍ପାଦକ ଚିନ୍ତାମଣି ପାଢ଼ୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଖବର କାଗଜ ବିକ୍ରେତା ପୂର୍ଣ୍ଣଚନ୍ଦ୍ର ସାହୁ, ସାମ୍ବାଦିକ କୈଳାସ ଚନ୍ଦ୍ର ନାୟକ, ପ୍ରକାଶ ରାଉତ, ଶିକ୍ଷାବିତ୍ ଆଲେକ୍ ଜାଣ୍ଡାର ଦାସ, ଶ୍ରେଷ୍ଠ ଚିକିତ୍ସକ ଡାକ୍ତର କୁଳମଣି ବାରିକ, ଟାଟାଷ୍ଟିଲର କର୍ପୋରେଟ କମୁ୍ୟନିକେସନ ମୁଖ୍ୟ ଶୁଭ୍ରାଂଶୁ ଶେଖର ପଣ୍ଡା, ଯୁବ ଶିଳ୍ପଦ୍ୟୋଗୀ ବଚନ କୁମାର ସାମଲ, ସମାଜସେବୀ ମହାମାୟା ପ୍ରତାପ ସ୍ୱାଇଁ, ନାରୀନେତ୍ରୀ ଇତିଶ୍ରୀ ଜେନା ଓ ଆଦର୍ଶ ଶିକ୍ଷୟତ୍ରୀ ଭାବେ କନକଲତା ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର ବରିଷ୍ଠ ଉପଦେଷ୍ଟା ବାବୁରାମ ଜେନା, ଉଦୟନାଥ ଖଣ୍ଡାଇ, ଉପସଭାପତି ପ୍ରଦୁ୍ୟମ୍ନ ବୋଇତାଇ, ଯଜ୍ଞଦତ ତ୍ରିପାଠୀଙ୍କ ସହ ସମ୍ପାଦକ ଭରତ ରାଉତ, କୈଳାସ ରାଉତ, କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାୟକ, କାର୍ଯ୍ୟକାରୀ ସଦସ୍ୟ ବିଜୟ କୁମାର ସାହୁ, ଦୁଷ୍ମନ୍ତ କୁମାର ରାଉତ, ପ୍ରଶାନ୍ତ କୁମାର ପାତ୍ର, ସୁଦୀପ ମିଶ୍ର, ଜ୍ଞାନରଂଜନ ରାଉତ, ବିଶ୍ୱରଂଜନ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପବିତ୍ର ରଂଜନ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ । ଜିଲାର ବିଭିନ୍ନ ସ୍ଥାନରୁ ଶତାଧିକ ସାମ୍ବାଦିକ, ବୁଦ୍ଧିଜୀବୀ, ଆଇନଜୀବୀ, ସାହିତି୍ୟକ, ବରିଷ୍ଠ ନାଗରିକ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଉତ୍ସବରେ ଯୋଗ ଦେଇଥିଲେ ।