ଆକ୍ସନ ମୋଡରେ ବାଲିଅନ୍ତା ଥାନା ଅଧିକାରୀ ;  ଅପରାଧୀ ଓ ନିଶା ବେପାରୀଙ୍କୁ କରୁଛନ୍ତି ସାବାଡ଼ ; ଛାନିଆ ବାଲିମାଫିଆ


ଭୁବନେଶ୍ୱର, ୧୧ା୪ : ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଆକ୍ସନ ମୋଡରେ ବାଲିଅନ୍ତା ଥାନା ଅଧିକାରୀ । ଅଞ୍ଚଳରେ କଡା ପାଟ୍ରୋଲିଂ ସହ ଚେକିଂ ଯୋରଦାର । ସାବାଡ଼ ନିଶା ବେପାରୀ, ମାଫିଆ, ଅପରାଧୀ ଏବଂ ଅସମାଜିକ ଯୁବକ । ରାତିରେ ପାଟ୍ରୋଲିଂ ବେଳେ ନିଶା ବେପାରୀ ଗିରଫ । ତାଠାରୁ ୩୦ ଗ୍ରାମର ବ୍ରାଉନସୁଗାର, ମୋବାଇଲ ଓ ବାଇକ ଜବତ ।
 ସୂଚନାଯୋଗ୍ୟ ଯେ, ରାଜଧାନୀରେ ଅପରାଧୀ, ନିଶା ବେପାରୀ, ବାଲିମାଫିଆଙ୍କ ଉପରେ କମିଶନରେଟ୍ ପୁଲିସର ରହିଛି କଡ଼ା ନଜର । ଆଗକୁ ନିର୍ବାଚନ ଆସୁଥିବା ନେଇ ଆକ୍ସନ ମୋଡରେ ପୁଲିସ କମିଶନର ସଞ୍ଜିବ୍ ପଣ୍ଡା ଓ ଡ଼ିସିପି ପ୍ରତୀକ୍ ସିଂହ । ସିପି ଡ଼ିସିପିଙ୍କ କଡ଼ା ନିଦେ୍ର୍ଦଶ କ୍ରମେ ରାଜଧାନୀର ବିଭିନ୍ନ ଥାନାର ଅଧିକାରୀ ସହର ଓ ଉପକଣ୍ଠରେ କଡା ପାଟ୍ରୋଲିଂ, ଚେକିଂ, ବ୍ଲକିଂ ଚଳାଇଛନ୍ତି । ଯାହାଫଳରେ ପ୍ରତେକ ଦିନ ବିଭିନ୍ନ ଥାନା ଜାଲରେ ଅପରାଧୀ, ନିଶା ବେପାରୀ, ମାଫିଆ, ଠକ, ଦଲାଲ ପଡ଼ୁଛନ୍ତି । ସେହିଭଳି କମିଶନରେଟ୍ ପୁଲିସର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଦେଖିବାକୁ ମିଳୁଛି ନିଶା କାରବାର, ଲୁଟ୍, ବାଲିଚାଲାଣ ଭଳି କଳା କାରବାର । ଯାହାକୁ ନେଇ ଏବେ ଆକ୍ସନ ମୋଡରେ ବାଲିଅନ୍ତା ଥାନାର ଅଧିକାରୀ ରବୀନ୍ଦ୍ର ମେହେର । ଦିନ ରାତି ସେ ଅଞ୍ଚଳରେ ପାଟ୍ରୋଲିଂ, ଚେକିଂ, ବ୍ଳକିଂ ଚଳାଇ ଲଗାତାର ଭାବେ ଅପରାଧୀ, ନିଶା ବେପାରୀ, ଠକଙ୍କୁ ଗିରଫ କରିବାରେ ଲାଗିଛନ୍ତି । ଏହା ପରେ ଏବେ ଡ଼ିସିପିଙ୍କ ନିଦେ୍ର୍ଦଶ କ୍ରମେ ବାଲିମାଫିଆଙ୍କ ଉପରେ ରହିଛି କଡ଼ା ନଜର । ଯାହାକୁ ନେଇ ମାଫିଆଙ୍କ ଭିତରେ ଛନକା ପସିଥିବା ଦେଖାଯାଇଛି । ସବୁଦିନ ଭଳି ଗତକାଲି ରାତିରେ ବାଲିଅନ୍ତା ଥାନାର ଏକ ଟିମ ଥାନା ଅଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଅଞ୍ଚଳରେ ପାଟ୍ରୋଲିଂ ଚଳାଇଥିବା ବେଳେ ଜଣେ ଧଳାଜହର ବେପାରୀକୁ କାବୁ କରିଥିଲେ । ପଚରା ଉଚରା ବେଳେ ତାଠାରୁ ୩୦ ଗ୍ରାମର ବ୍ରାଉନସୁଗାର, ଏକ ମୋବାଇଲ ଓ କିଛି ଟଙ୍କା ଜବତ କରାଯାଇଥିଲା । ପରେ ତାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା,  ଖୋର୍ଦ୍ଧା ଜିଲ୍ଲାର ବିଜୟ କୁମାର ମହାପାତ୍ର ।