ଲୋପ ପାଉଛି  ତାଳଗଛ; ବଢୁଛି ବ୍ରଜପାତ


ବରୀ: ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ଏବେ ସବୁଠାରୁ ବଡ ବିପର୍ଯ୍ୟୟ ହେଉଛି ବ୍ରଜପାତ । ଏବେ ଅଧିକାଂଶ ସମୟରେ ବଜ୍ରପାତ ଘଟୁଛି । ବିଭିନ୍ନ ସମୟରେ ରାଜ୍ୟରେ ବ୍ରଜପାତ ଘଟି ଅନେକ ଧନ ଜୀବନ ହାନି ଘଟୁଛି । ଏହାର କାରଣ ବଜ୍ରପାତ ପ୍ରତିରୋଧକ ତାଳଗଛ ପୂର୍ବ ଅପେକ୍ଷା ଧୀରେ ଧୀରେ ଲୋପ ପାଉଛି । ବ୍ରଜପାତ ସାଧାରଣ ତାଳଗଛକୁ ବେଶି ମାରିଥାଏ । ତାଳଗଛ ନାହିଁ କି ତାଳଗଛରେ ଆଉ ବାଇଚଡେଇ ବସା ଦେଖିବାକୁ ମିଳୁନାହିଁ । ଆଗରୁ ଶାଗୁଣା ମାନେ ତାଳଗଛରେ ବସୁଥିଲେ ହେଲେ ବର୍ତମାନ ଆଉ ଶାଗୁଣା ଦେଖିବାକୁ ମିଳୁନି ତାଙ୍କ ବଂଶ ମଧ୍ୟ ଧୀରେ ଧୀରେ ଲୋପ ହେବାକୁ ବସିଲାଣି । କାଠ ବ୍ୟବସାୟୀ ମାନେ ତାଳଗଛ ଉପରେ ଆଖି ପକାଇ ଗ୍ରାମାଞ୍ଚଳରୁ କାଟି ଚାଲିଛନ୍ତି ତାଳଗଛ । ଆଉ ନୂତନ ଗଛ ସୃଷ୍ଟି ହେଉନି ଯାହା ଅଛି ତାହା ମଧ୍ୟ କ୍ଷୟ ହେଉଛି । ଦିନକୁ ଦିନ ବଜ୍ରପାତରେ ମୃତୁ୍ୟ ସଂଖ୍ୟା ବଢୁଛି । ଏବେ ଖୋଲା ସ୍ଥାନ ମାନଙ୍କରେ ତାଳ ଟାକୁଆ ଲଗାଇ ନୂତନ ତାଳଗଛ ସୃଷ୍ଟି କରିଲେ ବଜ୍ରପାତ ମୃତୁ୍ୟକୁ ରୋକିପାରିବା ।