କୁଆଖିଆ ପ୍ରେସ୍ କ୍ଲବ୍ର ପ୍ରତିଷ୍ଠା ଦିବସ ପାଳିତ
ାା ପ୍ରଭାନୁ୍ୟଜ ।ା କୁଆଖିଆ: କୁଆଖିଆ ପ୍ରେସ୍ କ୍ଲବ୍ର ୩୪ତମ ପ୍ରତିଷ୍ଠା ଦିବସ ସଭାପତି ନିଗମାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବରେ ଜିଲା ଲେଖକ ସମ୍ମେଳନର ସଭାପତି ଡାକ୍ତର ରୁଦ୍ରନାରାୟଣ ପୃଷ୍ଟି, ପରିବେଶବିତ୍ ଗୋପୀନାଥ ପତି, ସମାଜସେବୀ ପ୍ରହଲ୍ଲାଦ ପଣ୍ଡା, ଶିକ୍ଷକ ନେତା ବୈଦେନ୍ଦ୍ରନାଥ ସାହୁ ଯୋଗଦେଇ ସାମ୍ବାଦିକତାର ଅତୀତ, ବର୍ତମାନ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିବା ସହିତ ଗାନ୍ଧି ଓ ଶାସ୍ତ୍ରୀଙ୍କ ଆଦର୍ଶାନୁରାଗୀ ହେବା ପାଇଁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରା ଯାଇଥିବା ବେଳେ ପଣ୍ଡିତ ଅଭୟ କୁମାର ତ୍ରିପାଠୀ ବେଦପାଠ କରିଥିଲେ । କ୍ଲବର ସଦସ୍ୟ ଅଂଜନ କୁମାର ପତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ କାଳନ୍ଦି ଚରଣ କଣ୍ଠ ବିବରଣୀ ପ୍ରଦାନ କରିଥିଲେ । ଉପସଭାପତି ବିଶ୍ୱନାଥ ପଣ୍ଡାଙ୍କ ପରିଚାଳନାରେ ଅନୁଷ୍ଠିତ ଉସôବରେ ଅଧ୍ୟାପକ ସମରେନ୍ଦ୍ର ଦାଶ, ପୂର୍ବତନ ବରିଷ୍ଠ ସାମ୍ବାଦିକ ନାରାୟଣ ଚନ୍ଦ୍ର ଜେନା, ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡା, ଗୀତିକାର ପ୍ରତାପ ରୁଦ୍ର ପଣ୍ଡା, ଅମୂଲ୍ୟ କୁମାର ପତି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗିରିଧାରୀ ସାମଲ, ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ରାଉତ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଉତମ ସାମ୍ବାଦିକତା କ୍ଷେତ୍ରରେ ଜନସାଧାରଣଙ୍କର ସହଯୋଗର ଆବଶ୍ୟକତା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଅନୀଲ କୁମାର ସାହୁ, ଅରୁଣ କୁମାର ସ୍ୱାଇଁ, ବରିଷ୍ଠ ନାଗରିକ ସଙ୍ଘର ସଭାପତି ବଟକୃଷ୍ଣ ସାହୁ, ପ୍ରଶାନ୍ତ କୁମାର ନାୟକ, ଅମୂଲ୍ୟ କୁମାର ବରାଳ, କଳ୍ପତରୁ ପଣ୍ଡା, ପ୍ରକାଶ ଚନ୍ଦ୍ର ରଥ, ପ୍ରବୀର ନାୟକ, ସୁଭେନ୍ଦୁ ସାମଲ, ଜିତେନ୍ଦ୍ର କର ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ କୋଷାଧ୍ୟକ୍ଷ ପଦ୍ମଲୋଚନ ନାୟକ, ସୁନୀଲ ମନୋହର ଯୋଶୀ ପରିଚାଳନା କରିଥିବା ବେଳେ ସହ-ସମ୍ପାଦକ କୈଳାସ ଚନ୍ଦ୍ର ମଲିକ୍ ଧନ୍ୟବାଦ୍ ଅର୍ପଣ କରିଥିଲେ ।