ବାତ୍ୟା ରଚିଲା ତାଣ୍ଡବ : ଭାଙ୍ଗିଲା ଗଛ ଓ ଦୋକାନ, ଜନଜୀବନ ଅସ୍ତବ୍ୟସ୍ତ

ାା ପ୍ରଭାନୁ୍ୟଜ୍ ।ା ନୀଳଗିରି: ‘ଦାନା’ପ୍ରଭାବରେ ନୀଳଗିରିର ସମଗ୍ର ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ପବନର ବେଗ ଧୀରେ ଧୀରେ ବଢୁଥିବା ବେଳେ ତଳିଆ ଅଞ୍ଚଳରେ ଏବେ ଜଳମଗ୍ନ । ଲୋକମାନେ ଏବେ ଭୟଭୀତ ଅବସ୍ଥାରେ ଜୀବନ ବିତାଉଥିବା ବେଳେ ଘରେ ଥିବା ଗୃହପାଳିତ ପଶୁମାନେ ମଧ୍ୟ ସୁରକ୍ଷିତ ନାହାନ୍ତି । କିଛି ଅଞ୍ଚଳରେ ଜୋର୍ ପବନ ଯୋଗୁଁ ଗଛ ଭାଙ୍ଗି ପଡ଼ିଥିବାର ଦେଖିବାକୁ ମିଳିଛି । ନୀଳଗିରି ସହରରେ ମଧ୍ୟ ପବନ ଯୋଗୁଁ ଗଛ ଭାଙ୍ଗି ଦୋକାନ ଗୃହ ନଷ୍ଟ ହୋଇଥିବାର ଦେଖିବାକୁ ମିଳିଛି ପ୍ରବଳ ବର୍ଷା ଯୋଗୁଁ ଚାଷ ଜମିରେ ନାହିଁ ନ ଥିବା କ୍ଷତି ହୋଇଥିବା ବେଳେ ଏକର ଏକର ଜମିରେ ଧାନ ଗଛ ସବୁ ପାଣିରେ ଭାଶୁଛି । ୨୫ତାରିଖ ଦିନ ସମଗ୍ର ନୀଳଗିରି ସହରରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାର ଦେଖାଯାଇଛି । ଅନେକ ଲୋକ ନିଜର ଚାଳ ଛପର ଘର ଛାଡ଼ି ଯାଇନଥିବର୍ ଦେଖିବାକୁ ମିଳିଛି । ହୁଏତ ସ୍ଥାନୀୟ ପ୍ରଶାସନର ପ୍ରଚାର ପ୍ରସାର ସେମାନଙ୍କ ନିକଟରେ ପହଞ୍ଚି ପାରିନାହିଁ ବୋଲି ଅଭିଯୋଗ ହେଉଛି । 
ଦାନାକୁ ଆଖି ଆଗରେ ରଖି ନିଳଗିରି ପ୍ରଶାସନ ପକ୍ଷରୁ ମୋଟ ୯୦ଗୋଟି ବାତ୍ୟା ଆଶ୍ରୟସ୍ଥଳୀ କରାଯାଇଥିବା ବେଳେ ସମସ୍ତଙ୍କ ପାଇଁ ଶୁଖିଲା ଖାଦ୍ୟ ସହ ରନ୍ଧା ଖାଦ୍ୟ ମଧ୍ୟ ଯୋଗାଇ ଦିଆ ଯାଇଛି । ଦମକଳ ବାହିନୀ, ଓଡରଫ ଟିମ୍, ପୋଲିସ ବନବିଭାଗ ସଜାଗ ରହିଅଛି । କେହିବି ଜଣେ ଅନାହାରରେ ନ ରୁହେ ସେଥିପ୍ରତି ନିଳଗିରି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସାନୀୟ ବିଧାୟକ ସନ୍ତୋଷ ଖଟୁଆ, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ଯାଇ ତଦାରଖ କରି ସଠିକ୍ ଭାବେ ଖାଦ୍ୟ ଯୋଗାଇ ଦିଆଯାଉଛି କି ନାହିଁ ତଦାରଖ କରୁଛନ୍ତି ।