ଅସହାୟ ବୃଦ୍ଧଙ୍କୁ ଅନ୍ନ ଓ ବସ୍ତ୍ର ବଣ୍ଟନ

ାା ପ୍ରଭାନୁ୍ୟଜ ।ା ବେତନଟୀ: ବେତନଟୀ ବ୍ଲକର ବେତନଟୀ ପଞ୍ଚାୟତ ଅନ୍ତର୍ଗତ ଆମ୍ବଜୋଡା ଲିଟାସାହି ଠାରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ବହୁ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ ଲିଟାସାହିର ବରିଷ୍ଠ ସମାଜସେବୀ ମନୋରଞ୍ଜନ ମହାନ୍ତ ଅସହାୟ ବୃଦ୍ଧ ବ୍ୟକ୍ତିମାନଙ୍କୁ ଅନ୍ନ ଓ ବସ୍ତ୍ର ଦାନ କରିଛନ୍ତି । ପଡୋଶୀ ଗ୍ରାମ ଗବପାଳ, କୋଠବାଡି ଓ ଲିଟାସାହିର ବୃଦ୍ଧ ବ୍ୟକ୍ତିମାନଙ୍କୁ ସେ ବସ୍ତ୍ର ଓ ଅନ୍ନ ଦାନ କରିଛନ୍ତି । ପାଖାପାଖି ପଚାଶ ଜଣରୁ ଊର୍ଦ୍ଧ୍ୱ ବୃଦ୍ଧ ବ୍ୟକ୍ତିଙ୍କୁ ବସ୍ତ୍ରଦାନ କରିଛନ୍ତି । ସେ ଏଭଳି କାର୍ଯ୍ୟ ତିନିବର୍ଷ ଧରି କରି ଆସୁଛନ୍ତି ।ଏହି ଦାନ କାର୍ଯ୍ୟ ଯୋଗୁଁ ନିଜକୁ ପ୍ରବଳ ଆତ୍ମସନ୍ତୋଷ ମିଳୁଛି ବୋଲି ଶ୍ରୀଯୁକ୍ତ ମହାନ୍ତ ପ୍ରକାଶ କରିଛନ୍ତି । ତାଙ୍କର ଏଭଳି ମହାନ କାର୍ଯ୍ୟଧାରାକୁ ସମସ୍ତେ ଭୂୟସୀ ପ୍ରଶଂସା କରିଛନ୍ତି ।