ବିପଦରେ ଦଣ୍ଡିକିରି ଗାଁ ରାସ୍ତା ପୋଖରୀରେ ଝୁଲୁଛି କଂକ୍ରିଟ
ବ୍ୟାସନଗର : ପୌରାଞ୍ଚଳ ୧୨ନଂ ୱାର୍ଡର ଦଣ୍ଡିକିରି ଗାଁ ରାସ୍ତା ବିପଦପୂର୍ଣ୍ଣ ହୋଇପଡିଛି । ସଂପୃକ୍ତ ଗାଁ ରାସ୍ତାକୁ ଚଳାଚଳ କରିବାକୁ ହୋଇଥିବା କଂକ୍ରିଟ ଭାଙ୍ଗିଯାଇ ଅଧେ ପୋଖରୀରେ ବୁଡ଼ିଥିବା ବେଳେ ଅଧା ଝୁଲିକି ରହିଛି । ଶିବମନ୍ଦିର ନିକଟରୁ ଗାଁ ଭିତରକୁ ହୋଇଥିବା କଂକ୍ରିଟ ରାସ୍ତାଟି ଦୀର୍ଘ ୧୦ବର୍ଷ ହେବ ନିର୍ମିିତ ହୋଇଥିବା ବେଳେ ତାହା କେବେ ଠୁ ଫାଟି ଅାଁ କରିଥିଲା । ଗାଁ ପୋଖରୀ ହୁଡାର ରାସ୍ତାକୁ କଂକି୍ରଟ କରାଯାଇଥିଲା । ସଂପୃକ୍ତ ଗାଁରେ ମୂଳନିବାସି ଭାବେ ୧୨ରୁ ଅଧିକ ପରିବାର ବସବାସ କରୁଛନ୍ତି । ଯେଉଁ ମାନେ ଯିବା ଆସିବା ବେଳେ ବିପଦର ଆଶଙ୍କା ରହିଛି । ପୋଖରୀକୁ ଲାଗି ହୋଇଥିବା କଂକ୍ରିଟର ତଳ ବେଶ ସବଳ ନଥିବାରୁ ଅଧାରୁ ଫାଟି ଅାଁ କରି ରହିଥିଲା । ଯାହା ସମୟକ୍ରମେ ପୋଖରୀକୁ ଗଳିପଡ଼ିଥିଲା । ଯେଉଁ ଅବଶିଷ୍ଟାଂଶ କଂକ୍ରିଟ ରହିଛି, ତାହା କୈାଣସି ବି ସମୟରେ ଗଳିପଡ଼ିବାର ସମ୍ଭାବନା ରହିଛି । ଯଦି ଏହା ଘଟେ, ତେବେ ବସବାସ କରୁଥିବା ପରିବାରଙ୍କ ପାଇଁ ଯିବା ଆସିବାକରିବା କଷ୍ଟକର ବ୍ୟାପାର ହୋଇପଡ଼ିବ । ପୈାର ପ୍ରଶାସନ ରାସ୍ତାର ଦୂରାବସ୍ତାକୁ ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ନେବାକୁ ଦଣ୍ଡିକରି ଗାଁ ଲୋକେ ଦାବି କରିଛନ୍ତି ।