ଗୋପବନ୍ଧୁଙ୍କ ମାନବବାଦ ଓ ଶିକ୍ଷାନୀତି


ମୀରା ବେଉରା : ଆଜି ଯେତେବେଳେ ଆମେ ବାସ କରୁଥିବା ସମାଜରେ ଓ ରାଷ୍ଟ୍ରରେ ନିଃସ୍ୱାର୍ଥପରତା ଓ ତ୍ୟାଗ ହଜି ହଜି ଯାଉଛି ଓ ଭୋଗବାଦ କାୟା ବିସ୍ତାର କରିଚାଲିଛି, ରାଜନୀତି, ପ୍ରଶାସନ, ଶିଳ୍ପ, ଶିକ୍ଷା, ବାଣିଜ୍ୟ ଆଦି ସବୁ କ୍ଷେତ୍ରରେ ଉପଭୋଗର ପ୍ରତିଛବି । ସତ୍ୟ, ଅହିଂସା, ସହିଷ୍ଣୁତା ବଦଳରେ ଛଳନା, ପ୍ରତାରଣା ଆଜି ସବୁରି ହୃଦୟରେ ବସା ବାନ୍ଧିଛି । ସବୁଠି ମୁଁ ହିଁ ମୁଁର ପ୍ରତିଧ୍ୱନି । ମିଥ୍ୟା ସହାନୁଭୂତି, ମିଥ୍ୟା ଦୟାର ପ୍ରଚାର ପ୍ରସାରରେ ସତ୍ୟର ଶ୍ୱାସରୁଦ୍ଧ । ଏଇଠି ମନେ ପଡ଼ନ୍ତି ତ୍ୟାଗବୀର ସତ୍ୟବାଦୀର ସନ୍ଥ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁଙ୍କ କଥା । ଯିଏ ଆତ୍ମସୁଖକୁ ଜଳାଞ୍ଜଳି ଦେଇ ଦଳିତ, ନିଷ୍ଫେଷିତ, ଅସହାୟ ଜନତାଙ୍କୁ ବିନାସ୍ୱାର୍ଥରେ ହୃଦୟରୁ ଭଲ ପାଉଥିଲେ । ଭୋକିଲା ଶିଶୁର କାନ୍ଦଣା ଶବ୍ଦ ଶୁଣି ଖାଇବା ପାଖରୁ ଉଠି ଯାଉଥିଲେ, ଆତ୍ମ ମର୍ଯ୍ୟାଦା, ସ୍ୱାଭିମାନ ସହ ବଂଚିବାକୁ ପ୍ରେରଣା ଦେଇ ଚାଲିଥିଲେ । ଅହିଂସା ସତ୍ୟକୁ ନିର୍ଭିକ ଭାବେ ନିଜ ଜୀବନଚର୍ଯ୍ୟାରେ ରୂପାନ୍ତରିତ କରିଥିଲେ ସେ ଆଉ କେହି ନୁହନ୍ତି; ସେ ଥିଲେ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ ।
ଆଜି ହଜି ଯାଇଛି ସେହି ମୂଲ୍ୟବୋଧ । ଔପନିବେଶିକ ସ୍ୱାଧୀନତା ଆଜି ବି ସ୍ୱାଧୀନ ଭାରତର କିଛି ପ୍ରଶାସକ ଓ ନେତାଙ୍କ ଭିତରେ କାୟା ବିସ୍ତାର କରିଛି । ଦୁର୍ନୀତି, ଭ୍ରଷ୍ଟାଚାର, ଅମାନବିକତା, ଅନୀତି, ଶୋଷଣ, ପୀଡ଼ନ, ଜାତୀୟ ନୀତିରେ ପରିଣତ ହୋଇଛି କହିଲେ ଆଦୋ÷ ଭୁଲ ହେବ ନାହିଁ । ନୈତିକ ମୂଲ୍ୟବୋଧ ମୃତପ୍ରାୟ । ବସ୍ତୁର ମୂଲ୍ୟ ବୃଦ୍ଧି ପାଉଥିବା ବେଳେ ଜୀବନ୍ତ ମଣିଷର ମୂଲ୍ୟ କମି କମି ଯାଉଛି । ସ୍ୱାଭିମାନୀ ଓଡ଼ିଆ ଆଜି ବାହାର ରାଜ୍ୟରେ ଶ୍ରମିକ ସାଜିଛି । ଶିକ୍ଷାନୀତି ଅର୍ଥସର୍ବସ୍ୱ ହୋଇ ନୈତିକତା ଓ ମୂଲ୍ୟବୋଧ ହରାଇଛି । ମଣିଷ ପାଲିଟି ଯାଇଛି ଗୋଟାଏ ରୋବଟ ମେସିନ । ତା’ ଭିତରେ ଦୟା, ପ୍ରେମ, ସ୍ନେହ, ଶ୍ରଦ୍ଧା, ଭଲ ପାଇବା ହଜିଯାଇ ସେଠାରେ ସୃଷ୍ଟି ହୋଇଛି ହିଂସା, ଛଳନା, ପ୍ରତାରଣା, ଈର୍ଷା, କପଟତା, ଜଣେ ଆଉ ଜଣକୁ ତଳେ ପକାଇ ପରାଜିତ କରି ଉପରକୁ ଉଠିବାର ଆପ୍ରାଣ ପ୍ରୟାସ ।
ଏଭଳି ପରିସ୍ଥିତିରେ ଜଣେ ଏଭଳି ସନ୍ଥ ଏ ଓଡ଼ିଶା ମାଟିରେ ଜନ୍ମ ହୋଇ ମାଟି ମା’କୁ ମାତୃଭୂମିକୁ ପବିତ୍ର କରି ନିଜର ସ୍ୱଳ୍ପ ଜୀବନ କାଳରେ ଓଡ଼ିଶାକୁ ଜାତୀୟ ସ୍ରୋତରେ ସାମିଲ କରିବାର ବୀଜମନ୍ତ୍ର ବପନ କରି ରାଜ୍ୟକୁ ବିକାଶୋନ୍ମୁଖୀ ଓ ସମୃଦ୍ଧ କରିବାପାଇଁ କେବଳ ସ୍ୱପ୍ନ ଦେଖି ନଥିଲେ ବରଂ ନିଜ ଜୀବନର ସମସ୍ତ ସମୟକୁ ସେ ଦିଗରେ ବିନିଯୋଗ କରିଥିଲେ । ଜୀବନର ଶେଷ ନିଃଶ୍ୱାସ ନେବାର କିଛି ମିନିଟ ପୂର୍ବରୁ ସେ ଯେଉଁ ଇଚ୍ଛାପତ୍ରଟିକୁ ଲିପିବଦ୍ଧ କରି ଯାଇଛନ୍ତି ସତରେ ତାହା କେବଳ ଜଣେ ମହାମାନବ ହିଁ କରି ପାରିବ । ବାଲ୍ୟକାଳରେ ମାତୃପିତୃହରା, ବନ୍ୟା ପ୍ରପୀଡ଼ିତଙ୍କୁ ଉଦ୍ଧାର କରିବାକୁ ଯାଇ ପୁତ୍ର ସନ୍ତାନକୁ ହରାଇବା ପୁଣି ମାତ୍ର ୨୮ ବର୍ଷ ବୟସରେ ଯୋ÷ବନରେ ନିଜ ପତ୍ନୀଙ୍କୁ ହରାଇବାର ଦୁଃଖ, ତାଙ୍କୁ କିନ୍ତୁ ଏହି ଦାରୁଣ ଦୁଃଖ ଆଦୋ÷ ବିଚଳିତ କରି ନଥିଲା । ଜୀବନ ଯୁଦ୍ଧରେ ସେ କେବେ ହାରି ଯାଇନଥିଲେ ବରଂ ସଂଗ୍ରାମୀ ଯୋଦ୍ଧା ପରି ଅବିଚଳିତ ଓ ଅବିଶ୍ରାନ୍ତ ଭାବେ ଏ ମାନବ ଜାତିର ଉଦ୍ଧାର ପାଇଁ ରାଷ୍ଟ୍ରର ଉନ୍ନତି ପାଇଁ ଓ ଜାତିର ପ୍ରଗତି ପାଇଁ ସେବାକୁ ଯେଉଁଭଳି ଭାବେ ଜୀବନର ବ୍ରତ କରିଥିଲେ ତାହା ନିଶ୍ଚିତ ଭାବରେ ଅତୁଳନୀୟ ଓ ଦୁଷ୍ପ୍ରାପ୍ୟ । ତକ୍ରାଳୀନ ଲର୍ଡ ମ୍ୟାକେଲଙ୍କ ଶିକ୍ଷାନୀତି ଓ ଶିକ୍ଷା ବ୍ୟବସ୍ଥାର ତୃଟିର କୁପରିଣାମ ସଂପର୍କରେ ସେ ନିଜର ଦୂରଦୃଷ୍ଟି ଦ୍ୱାରା ଜାଣିପାରିଥିଲେ । ଛାତ୍ରମାନଙ୍କୁ ଆତ୍ମନିର୍ଭରଶୀଳ ଓ ମୂଲ୍ୟବୋଧ ଶିକ୍ଷାଦେଇ ଯନ୍ତ୍ର ନୁହେଁ ମଣିଷ ପରି ନିର୍ମାଣ କରିବାପାଇଁ ୧୯୦୯ ମସିହାରେ ଅଗଷ୍ଟ ୧୨ ତାରିଖରେ ସତ୍ୟବାଦୀର ବକୁଳ ବନର ଛୁରିଅନା କୁଞ୍ଜରେ ସୃଷ୍ଟି କରିଥିଲେ ସତ୍ୟବାଦୀ ବନବିଦ୍ୟାଳୟ । ସ୍ୱାମୀ ବିବେକାନନ୍ଦଙ୍କୁ ଅନୁସରଣ କରି ଗୁରୁତ୍ୱ ଦେଇଥିଲେ ଜୀବନ-ନିର୍ମାଣ , ମଣିଷ ନିର୍ମାଣ  କାରଖାନାକୁ । ଏହି ମଣିଷ ତିଆରି କାରଖାନାର ମୂଳ ଲକ୍ଷ୍ୟ ଥିଲା ଚରିତ୍ର ଗଠନ , ସମାଜସେବା, ନୈତିକତା, ଆଧ୍ୟାତ୍ମିକତା, କର୍ମଦକ୍ଷତା, ଜାତୀୟତା, ଶିକ୍ଷା ମାଧ୍ୟମରେ ଛାତ୍ରମାନଙ୍କର  ବ୍ୟକ୍ତିତ୍ୱବିକାଶ ସହିତ ସମାଜବିକାଶ କରିବା ଏହାର ଗୂଢ଼ ଲକ୍ଷ୍ୟ ଥିଲା ।
ମାତୃଭୂମି ଓ ମାତୃଭାଷା ପ୍ରତି ଛାତ୍ରଙ୍କୁ ଆକୃଷ୍ଟ କରିବା ଏବଂ କଳା ସାହିତ୍ୟ, ନୃତ୍ୟ, ସଂଗୀତ, ସଂସ୍କୃତି ପ୍ରତି ଆଗ୍ରହ ସୃଷ୍ଟି କରାଇବା ଥିଲା ତାଙ୍କର ମୂଳଲକ୍ଷ୍ୟ । ଏଇଠି ଗୋଟିଏ ପ୍ରଶ୍ନ ଉଠୁଛି ଆମ ମନରେ ଯେଉଁ ଶିକ୍ଷା ଆଜି ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପ୍ରଚଳିତ ହେଉଛି ଏହା ପ୍ରକୃତରେ ମଣିଷ ପରି ମଣିଷଟିଏ ତିଆରି କରି ପାରିଛିକି? ଏହା ଏକ ବିରାଟ ପ୍ରଶ୍ନ ଯାହା ଆମକୁ ଆନେ୍ଦାଳିତ କରୁଛି । ଏ ନୂତନ ଶିକ୍ଷାନୀତି କଣ ମାଟି, ମଣିଷ, ସଂସ୍କୃତି, ଆମ ଭାଷାର ସୁରକ୍ଷା ଉପରେ ଆଧାରିତ କି? କେବଳ ବିଶ୍ୱ ଭାଷା ସମ୍ମିଳନୀ କରି କୋଟି କୋଟି ଅର୍ଥ ଖର୍ଚ୍ଚ କରି ଦେଲେ ଭାଷାର ସୁରକ୍ଷା ହୁଏ ନାହିଁ । ଭାଷାର ସୁରକ୍ଷା ପାଇଁ, ମର୍ଯ୍ୟାଦାର ରକ୍ଷାପାଇଁ ଆନ୍ତରିକତା ଲୋଡ଼ା । ଆଜି ସେ ଆନ୍ତରିକତା ଆମ ଭିତରେ ଅଛି ତ? କେବଳ ପ୍ରତିଯୋଗିତା ଭିତ୍ତିରେ ବ୍ୟବସାୟ ଲୋଭରେ ଆମେ ସୃଷ୍ଟି କରି ଚାଲିଛେ ହଜାର ହଜାର ଶିକ୍ଷାନୁଷ୍ଠାନ । ଯେଉଁ ଶିକ୍ଷାନୁଷ୍ଠାନ କି ମଣିଷ ବଦଳରେ ଗୁଡ଼ାଏ ଯନ୍ତ୍ର ମଣିଷ ସୃଷ୍ଟି କରି ବାହାଷ୍ଫୋଟ ମାରୁଛି । ଆଜି ମଣିଷ ଚନ୍ଦ୍ର ପୃଷ୍ଠରେ ପାଦ ଥାପି ବାସଗୃହ ନିର୍ମାଣ କରି ବାସ କରିବାର ସ୍ୱପ୍ନ ଦେଖୁଛି ଅଥଚ ମଣିଷକୁ ମଣିଷଟିଏ ଆନ୍ତରିକତାର ସହ ଉଲ ପାଇପାରୁନି । ସବୁଠି ଛଳନା ଆଉ ବିଶ୍ୱାସଘାତକତା । କିନ୍ତୁ ଗୋପବନ୍ଧୁଙ୍କ ଜାତୀୟ ଶିକ୍ଷାନୀତିରେ  ଥିଲା ମାଟିର ବାସ୍ନା ଓ ଜାତୀୟ ଅସ୍ମିତାର ବାସ୍ନା । ସେଠାରେ ବୁଦ୍ଧିର ମାନ୍ୟତା ପରିବର୍ତ୍ତେ ହୃଦୟକୁ ଦିଆ ଯାଉଥିଲା ଅଧିକ ମାନ୍ୟତା । ଆଜି କୃଷି ଠାରୁ ଦୂରେଇ ଯାଇଛି କୃଷକ । ମାଗଣା ଟଙ୍କିକିଆ ଚାଉଳ ସମସ୍ତଙ୍କୁ କର୍ମଭୀରୁ କରି ଦେଇଛି । କର୍ମସଂସ୍ଥା ବିକଳ୍ପ ଅଭାବରେ କର୍ମ ବିମୁଖ ସାଜିଛି ଆଜି ଓଡ଼ିଆ ଜାତି । ଗାଁରେ ଆଜି ମଦର ବନ୍ୟା । ଯୁବପିଢ଼ି ନିଶାରେ ଆକ୍ରାନ୍ତ ହୋଇ ହିତାହିତ ଜ୍ଞାନ ହରାଉଛି । ଫଳରେ ନାରୀଜାତି ପ୍ରତି ଘୋର ନିର୍ଯାତନା ବୃଦ୍ଧି ପାଉଛି । କୁଟୀର ଶିଳ୍ପ ଆଜି ମୃତପ୍ରାୟ ।
ରାଜନୀତି କଥା ନ କହିଲେ ଭଲ । ଆଜି ଦେଖା ଯାଉଛି ଯେ ଯେତେବେଳେ ନିର୍ବାଚନ ପାଖେଇ ଆସୁଛି ସେତେବେଳେ ନେତାମାନେ ଏ ଦଳରୁ ସେ ଦଳକୁ ଡେଉଁଛନ୍ତି, କାରଣ ସେବା କରିବାର ସୁଯୋଗ ପାଉନାହାନ୍ତି ବୋଲି ସେମାନେ ଯୁକ୍ତି ବାଢ଼ିଥିଲେ । ଗୋପବନ୍ଧୁ କିନ୍ତୁ ସଂପୂର୍ଣ୍ଣ ଏହାର ବ୍ୟତିକ୍ରମ । ବିପୁଳ ଜନସମର୍ଥନ ହିଁ ଗୋପବନ୍ଧୁଙ୍କୁ ଇତିହାସର ପୃଷ୍ଠାରେ ଏକ ମୁକୁଟ ବିହୀନ ସମ୍ରାଟ ବନାଇ ଦେଇଥିଲା । ଗୋପବନ୍ଧୁଙ୍କ ଜୀବନ କିନ୍ତୁ ଥିଲା ରାଷ୍ଟ୍ରପାଇଁ ତଥା ଦୁଃଖୀ, ଦରିଦ୍ର, ଅସହାୟ, ନିଷ୍ଫେଷିତ ଜନତାଙ୍କ ପାଇଁ ସଦା ସମର୍ପିତ ଜୀବନ । ଆଜିର ନେତାମାନେ ଠିକ୍ ଏହାର ବିପରୀତ । ସେବାକ୍ୁ ଆଉ ଜୀବନର ବ୍ରତ କରିନାହାନ୍ତି । ସେବାରୂପୀ ରାଜନୀତି ଏକ ବ୍ୟବସାୟରେ ପରିଣତ ହୋଇ ଗଲାଣି । ପଣ୍ଡିତ ଉକ୍ରଳମଣି ଗୋପବନ୍ଧୁ ଦାସ ତାଙ୍କ କବିତାରେ ଲେଖିଥିଲେ,- 
“ନିଜ ସ୍ୱାର୍ଥ ପାଇଁ ଜାତ ନୁହେଁ ହିନ୍ଦୁ
     ବିଶ୍ୱ ହିତେ ହିନ୍ଦୁ ପ୍ରତି ରକ୍ତ ବିନ୍ଦୁ ।ା”
ଗୋପବନ୍ଧୁ ହିଁ ଥିଲେ ପ୍ରକୃତ ନେତା, ଯିଏ ନିଜର ପରିବାର ସଦସ୍ୟ, ଆତ୍ମୀୟ ସ୍ୱଜନଙ୍କ ସୁଖ-ସ୍ୱଚ୍ଛନ୍ଦ୍ୟ ବିଷୟରେ ଚିନ୍ତା ନକରି ଏକ ବୃହତ ଜନସମୁଦ୍ରର ସୁଖ-ସ୍ୱଚ୍ଛନ୍ଦ୍ୟ ବିଷୟରେ ଚିନ୍ତା କରନ୍ତି । ସେ କେବେହେଲେ ସ୍ୱାର୍ଥପରତା, କପଟତା, ପରଶ୍ରୀକାତରତାର ପ୍ରତିମୂର୍ତ୍ତି ନଥିଲେ । ସେ କଦାପି ଉଚ୍ଚ ଅଟ୍ଟାଳିକାରେ ଧନ ପ୍ରାଚୁର୍ଯ୍ୟରେ ଆଜିର ନେତାଙ୍କ ପରି ରହିବାକୁ ଚାହୁଁ ନଥିଲେ । ସେ ସବୁବେଳେ ଦୀନ ଦରିଦ୍ର ଲୋକମାନଙ୍କ ପାଖରେ ରହିବାକୁ ଇଚ୍ଛା କରି ନିଜ ସ୍ୱାର୍ଥକୁ ପରିତ୍ୟାଗ କରି ରାଷ୍ଟ୍ରର ସ୍ୱାର୍ଥକୁ ସମ୍ମାନ ଦେଇଥିଲେ ।  ଏକଦା ଲେନିନ କହିଥିଲେ, “ ଜଣେ ନେତା ନିଜ ସ୍ତରରେ ଅଧିକ କ୍ଷମତାଶାଳୀ ହେବାକୁ ଆଦୋ÷ ପ୍ରଶ୍ରୟ ଦିଏନାହିଁ । ସେ ସବୁବେଳେ ସମସ୍ତଙ୍କ ପାଖରେ ବିନୟୀ, ସହିଷ୍ଣୁ, କ୍ଷମାଶୀଳ ହୋଇ ରହିଥାଏ ।” ସେହିଭଳି ନେତା ଥିଲେ ପଣ୍ଡିତ ଗୋପବନ୍ଧୁ ଦାସ । ସେଇଥିପାଇଁ ଗୋପବନ୍ଧୁ କବିତାରେ ଲେଖିଥିଲେ, 
“ଉକ୍ରଳେ ନେତାର ନାହିଁ ପ୍ରୟୋଜନ
ଉକ୍ରଳର ନେତା ସ୍ୱୟଂ ନାରାୟଣ ।ା”
ସର୍ବୋପରି କହିବାକୁ ଗଲେ ସେ କୋ÷ଣସି ଦାର୍ଶନିକ ମତବାଦର ପ୍ରବର୍ତ୍ତକ ନଥିଲେ । ସେ ଥିଲେ କର୍ମଯୋଗୀ, ସନ୍ଥ, ତାଙ୍କର ବ୍ୟକ୍ତିତ୍ୱ ଥିଲା ମହାମାନବର ବ୍ୟକ୍ତିତ୍ୱ । ତାଙ୍କର ଜୀବନାଦର୍ଶରେ ରହିଥିଲା ଭଗବତ୍ ପ୍ରୀତି, ଜାତିପ୍ରୀତି, ମାନବପ୍ରୀତି । ସମସ୍ତ ମାନବଜାତିକୁ କର୍ମ ମୁଖର କରି ସେ ଲେଖିଥିଲେ,-
  “ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ 
କର୍ମେ ଜିଏ ନର କର୍ମ ଏକା ତାର ଜୀବନର ମାନଦଣ୍ଡ ।ା”
 ଗୋପବନ୍ଧୁ ହିଁ ବିଚ୍ଛିନ୍ନ ଶୀର୍ଣ୍ଣ ଉକ୍ରଳର ସୁପ୍ତ ଓଡ଼ିଆ ଜାତିକୁ ସଚେତନତାର ମନ୍ତ୍ରରେ ଅଭିମନ୍ତ୍ରିତ କରି ଜାତି ପ୍ରାଣରେ ସ୍ପନ୍ଦନ ସୃଷ୍ଟି କରିଛନ୍ତି । ଓଡ଼ିଶା ଆଜି ଖଣିଜ, ବନସଂପଦ, ଜଳ ଓ ମାନବସମ୍ବଳ ସମ୍ପଦରେ ଭରପୂର ଥିବା ସତ୍ତ୍ୱେ ଉପଯୁକ୍ତ ବିନିଯୋଗ ଅଭାବରୁ ଆଜି ବି ଓଡ଼ିଶାର ଲୋକ ନିଜର ଗୁଜୁରାଣ ମେଣ୍ଟାଇବାକୁ ଦୂର ରାଜ୍ୟକୁ ଯାଉଛନ୍ତି । ଦୁଃଖର କଥା ଆଜି ବି ଓଡ଼ିଶା ଆତ୍ମନିର୍ଭରଶୀଳ ହୋଇ ପାରିନାହିଁ । ନିତ୍ୟ ବ୍ୟବହାର୍ଯ୍ୟ ଫଳ, ପନିପରିବା, ଫୁଲ ପାଇଁ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭରଶୀଳ । ଲକ୍ଷ ଲକ୍ଷ ଓଡ଼ିଆ ଲୋକ ଆଜି ଶୋଷିତ, ନିର୍ଯାତିତ । ଆଜି ଶାସ୍ତ୍ରୀୟ ମାନ୍ୟତା ପାଇଥିଲେ ମଧ୍ୟ ଓଡ଼ିଆ ଭାଷା ପ୍ରତି ମମତା ଆମେ ସୃଷ୍ଟି କରି ପାରିନାହୁଁ । ଜଗତିକରଣ ଆଳରେ ନିଜର ଭାଷା ସଂସ୍କୃତିକୁ ଭୁଲି ଆମେ ଇଂରାଜୀକୁ ଆପଣେଇଛୁ ଏବଂ ନିଜ ସ୍ୱାଭିମାନକୁ ହରାଇ ଆଜିବି ଆମେ ନିଜ ଅସ୍ମିତାକୁ ଖୋଜୁଛୁ । କୁଆଡ଼େ ଗଲା ଅସ୍ମିତା ଆଜି ଯେତେବେଳେ ଆମ ଭାଷା ଓ ଜାତିର ଅବକ୍ଷୟ ଘଟିଛି, ସେତେବେଳେ ଆମେ ସେହି ନୈତିକ ମୂଲ୍ୟବୋଧ, ଜାତୀୟତାର ବାର୍ତ୍ତା ବହ ସତ୍ୟବାଦୀର ସନ୍ଥ, ଶତାବ୍ଦୀର ଶ୍ରେଷ୍ଠ ମଣିଷଟିକୁ ଖୋଜୁଛୁ । ଆମେ ଓଡ଼ିଆ ଜାତିର ଉନ୍ନତି ପାଇଁ କେତେ ନିଃସ୍ୱାର୍ଥପର, କେତେ ପ୍ରତିଶ୍ରୁତିବଦ୍ଧ ଆଜି ସମୀକ୍ଷା କରିବାର ସମୟ ଆସିଛି । ଯଦି ଗୋପବନ୍ଧୁଙ୍କ ଆଦର୍ଶ ଓ ନୈତିକ ମୂଲ୍ୟବୋଧର ପୁନରୁତ୍ଥାନ ହୁଏ, ଏ ଜାତିର ଯୁବପିଢ଼ି ଯଦି ସଂକଳ୍ପବଦ୍ଧ ହୋଇ ଓଡ଼ିଆ ଅସ୍ମିତାକୁ ବଜାୟ ରଖି ଉତ୍ସର୍ଗୀକୃତ ଭାବେ ଆନ୍ତରିକତାର ସହ ସମର୍ପିତ ମନୋଭାବ ନେଇ ଦେଶ ଓ ସମାଜର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବେ, ତେବେ ତାହାହିଁ ହେବ ଶତାବ୍ଦୀର ଶ୍ରେଷ୍ଠ ମଣିଷ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପାାଇଁ ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।
ମୋ: ୭୮୪୬୯୨୧୪୦୦