ବିଦୁ୍ୟତ୍ ଆଘାତରେ ଭାଲୁ ମୃତ
ନୀଳଗିରି: ଗଛରେ ଚଢି ମହୁ ଖାଇବା ଲୋଭରେ ବିଦୁ୍ୟତ୍ ସଂସ୍ପର୍ଶରେ ଆସି ଏକ ମାଈଭାଲୁର ମୃତୁ୍ୟ ହୋଇଥିବା ନୀଳଗିରି ଅଞ୍ଚଳର ପରିବେଶ ଓ ପ୍ରକୃତିପ୍ରେମୀମାନଙ୍କୁ ମର୍ମାହତ କରିଛି । ସୂଚନା ଅନୁଯାୟୀ ମିତ୍ରପୁର ଅଯୋଧ୍ୟା ରାସ୍ତାର ତୈଲାସାହି ସିନ୍ଦୂରଗୌରା ଠାକୁରାଣୀ ନିକଟସ୍ଥ ଏକ ବରଗଛରେ ଥିବା ମହୁଫେଣାକୁ ରବିବାର ରାତିରେ ମାଈଭାଲୁଟି ମହୁ ଖାଇବାପାଇଁ ଚଢିଥିବା ବେଳେ କୌଣସି କାରଣରୁ ଖସିପଡ଼ି ନିକଟରେ ଥିବା ବିଦୁ୍ୟତ୍ ଟ୍ରାଂସ୍ଫର୍ମର ସଂସ୍ପର୍ଶରେ ଆସି ଲଟକିରହି ମୃତୁ୍ୟବରଣ କରିଥିବା ଅନୁମାନ କରାଯାଇଛି । ସକାଳେ ସ୍ଥାନୀୟଲୋକ ମୃତ ଭାଲୁଟିକୁ ଦେଖି ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଭାଲୁକୁ ଉଦ୍ଧାର କରି ବ୍ୟବଚ୍ଛେଦ କରିବାପାଇଁ ପଠାଇଥିବା ସୂଚନା ମିଳିଛି । ତେବେ ବନବିଭାଗ ହାତୀଭଳି ଅନ୍ୟ ଜଙ୍ଗଲଜନ୍ତୁଙ୍କ ଜୀବନ ପ୍ରତି ସମପରିମାଣ ଯନôବାନ ହେବାକୁ ପରିବେଶବିତ୍ ଏବଂ ପ୍ରକୃତିପ୍ରେମୀ ଦାବି କରିଛନ୍ତି ।