ବାଇକ୍ ଦୁର୍ଘଟଣାରେ ଶିକ୍ଷକ ମୃତ
କୋଷାଗୁମୁଡ଼ା: ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ କର୍ଚ୍ଚାମାଳ - ମୋଦେଇଗାଁ ମୁଖ୍ୟ ରାସ୍ତାରେ ଆଜି ସଡ଼କ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତ ଶିକ୍ଷକ ଜଣକ ମୋଦେଇଗା ପଞ୍ଚାୟତର କେଲାଗୁଡ଼ା ଗ୍ରାମର ଲାଇବାନ ମାଝୀ(୫୫) । ଗୁରୁତର ଜଣକ କର୍ଚ୍ଚାମାଳ ପଞ୍ଚାୟତ ପୋଇତଗୁଡ଼ା ଗ୍ରାମର ଭୀମଦେବ ବଢେଇ(୩୨) । ମିଳିଥିବା ସୂଚନା ଅନୁଯାୟୀ ମୃତ ଶିକ୍ଷକ ଜଣକ ନିଜ ଗ୍ରାମରୁ ବାଇକ୍ ଯୋଗେ କର୍ଚ୍ଚାମାଳ ଯାଉଥିବା ସମୟରେ ବିପରୀତ ଦିଗରୁ ଭୀମଦେବ ମଣ୍ଡି କାମରେ ମୋଦେଇଗାଁକୁ ଯାଉଥିଲେ । ଅପରାହ୍ନ ସମୟରେ ଉଭୟ ବାଇକ୍ କର୍ଚ୍ଚାମାଳ - ମୋଦେଇଗାଁ ମୁଖ୍ୟ ରାସ୍ତାରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଲାଇବାନ୍ ମୁଣ୍ଡରେ ଗଭୀର ଆଘାତ ହୋଇଥିବା ବେଳେ ଭୀମସେନ ଗୋଡ ଓ ହାତରେ ମାଡ ହୋଇ ଗୁରୁତର ଆହତ ହୋଇଥିଲେ । ଘଟଣା ସ୍ଥଳରେ ଗ୍ରାମବାସୀ ପହଞ୍ଚି ଉଭୟଙ୍କୁ ୧୦୮ଯୋଗେ ଚିକିସôା ପାଇଁ ପ୍ରଥମେ କୋଶାଗୁମୁଡ଼ା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପଠେଇଥିଲେ । ପ୍ରାଥମିକ ଚିକିସôା ପରେ ସେମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିସôାଳୟଙ୍କୁ ନେଇଥିବା ବେଳେ ଡାକ୍ତର ସେଠାରେ ଲାଇବନ୍ଙ୍କୁ ମୃତ ଘୋଷଣା କରିଥିଲେ ।