ବଜ୍ରପାତରେ ମଇଁଷି ମୃତ

 କାକଟପୁର  : ରାଜ୍ୟରେ ହେଉଥିବା ଅଦିନିଆ ବର୍ଷା ସମୟରେ ବିଜୁଳି ଘଡଘଡି ଲାଗିରହିଥିଲା, ଯାହାର ପ୍ରଭାବରେ ଅସ୍ତରଙ୍ଗ ବ୍ଲକରେ ଜଣେ ବ୍ୟକ୍ତିଙ୍କ ଘର ଛାତ ଫାଟିବା ସହ ଅନ୍ୟ ଏକ ସ୍ଥାନରେ ଚରୁଥିବା ଅବସ୍ଥାରେ ଗୋଟେ ମଇଁଷୀ ମୃତୁ୍ୟବରଣ କରିଛି  । ଶନିବାର ମଧ୍ୟାହ୍ନ ସମୟରେ ଅଦିନିଆ ବର୍ଷା ଓ ପ୍ରବଳ ବିଜୁଳି ଘଡଘଡି ଯୋଗୁ ଅସ୍ତରଙ୍ଗ ବ୍ଲକ ମଧୁପୁର ଗ୍ରାମର କଳ୍ପନା ବେହେରାଙ୍କ ଘର ଉପରେ ବ୍ରଜପାତ ହେବାରୁ ଛାତ ଫାଟି ଯାଇଥିବା ବେଳେ ଠିକ ସେହି ସମୟରେ ଝାଡଲିଙ୍ଗ ଗ୍ରାମର ସନ୍ତୋଷ ବେହେରା ତାଙ୍କ ଗ୍ରାମ ନିକଟରେ ମଇଁଷି ଚରାଉଥିବା ବେଳେ ବଜ୍ରପାତ ହେବାରୁ ତାଙ୍କର ଗୋଟେ ମଇଁଷିର ଘଟଣା ସ୍ଥଳରେ ମୃତୁ୍ୟ ହୋଇଛି  । କିନ୍ତୁ ସୌଭାଗ୍ୟର କଥା ମଇଁଷି ପାଖରେ ଉପସ୍ଥିତ ଥିବା ସନ୍ତୋଷ ବେହେରା ଏହି ବିଜୁଳି ଆଘାତରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଏବେ ଉଭୟଙ୍କୁ ସରକାରଙ୍କ ତରଫରୁ ସରକାରୀ ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି  ।