ମଦ ଜବତ, ଜଣେ ଗିରଫ
ଜଟଣୀ : ସ୍ଥାନୀୟ ଟ୍ରାଫିକ କଲୋନୀସ୍ଥିତ ନୀଳାଚଳ ରନିଂ ରୁମ୍ ନିକଟରେ ଥିବା ଅନ୍ଧାରିଆ ସ୍ଥାନରେ ଦେଶୀ ମଦ ବିକ୍ରୟ ହେଉଥିବା ଅବସ୍ଥାରେ ପେଟ୍ରୋଲିଂ କରୁଥିବା ଏଏସ୍ଆଇ ସବିର ହୁସେନ ଓ ତାଙ୍କ ଟିମ୍ଙ୍କ ସେଠାରେ ଚଢ଼ାଉ କରି ୧୨ ଲିଟର ଆସ୍କା ଫର୍ଟି ମଦ ସହ ଗଜପତି ନଗର ଅଞ୍ଚଳର ଶେକ୍ ସଲିମ (୪୯) ନାମକ ଜଣେ ବ୍ୟକ୍ତିଙ୍କୁ ଧରିଥିଲେ । ତେବେ ପୁଲିସକୁ ଦେଖି ଅନ୍ୟ ଗରାଖମାନେ ସେଠାରୁ ଚମ୍ପଟ ମାରିଥିଲେ । ସୂଚନା ଥାଉକି ଅନେକ ବର୍ଷ ଧରି ସେହି ସ୍ଥାନରେ ଏକ ରେଳବାଇ କ୍ୱାଟର ମଧ୍ୟରେ ଏହି ବେପାର ଚାଲିଥିଲା । ତେବେ ଘର ଗୁଡିକ ଭାଙ୍ଗିଯିବା ପରେ ବର୍ତ୍ତମାନ ଖୁଲମଖୁଲା ମଦ ବେପାର ହେଉଥିବା ବେଳେ ପୁଲିସ ସବୁ ଜାଣି ନଦେଖିବା ଅଭିନୟକୁ ସାଧାରଣରେ ନିନ୍ଦା କରାଯାଇଛି ।