ରାଜପଥରେ ଗଳି ପୋଲ ଦାବି ଜୋରଧରିଲା
ବାଲିଚନ୍ଦ୍ରପୁର: ସଂପ୍ରତି ଦୈତାରୀ ପାରାଦୀପ ଜାତୀୟ ରାଜପଥର ୮ଲେନ୍ ବିଶିଷ୍ଟ ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଛି । ଏହି ପରିପ୍ରେକ୍ଷୀରେ କେତେକ କ୍ଷେତ୍ରରେ ଜାତୀୟ ରାଜପଥ ପ୍ରାଧିକରଣର ଯନ୍ତ୍ରୀ ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ନରଖି କାମ ଆଗେଇ ନେଉଥିବାରୁ ବଡଚଣା ବ୍ଲକ ଅନ୍ତର୍ଗତ ପଲେଇ, ବିକ୍ରମ ତିରଣ, ବରଦା ବାଲିପଡିଆ, ନଳୀପୁର ପଂଚାୟତର ଅଧିବାସୀ ବିଶେଷ ଭାବରେ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି । ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଏହି ସବୁ ଗ୍ରାମ ପଂଚାୟତ ଗୁଡିକର ଚାଷଜମି ରହିଥିବାରୁ ଚାଷ କାର୍ଯ୍ୟ ସହ ଗୋମହିଷାଦି ପଶୁ ମାନଙ୍କର ଚାରଣ ନିମନ୍ତେ ୮ଲେନ ବିଶିଷ୍ଟ ରାଜପଥ ପାରହେବା ଏକ କଷ୍ଟକର ବ୍ୟାପାର ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହି କ୍ରମରେ ଜାତୀୟ ରାଜପଥ କଟିକଟା ୭ନଂ କେନାଲ ଏକ ଗଲିପୋଲ ନିର୍ମାଣ ନିମନ୍ତେ ଦାବି ଜୋରଧରିଛି । ଏହିସମସ୍ତ ପଂଚାୟତ ବାସୀଙ୍କ ଆହ୍ୱାନ କ୍ରମେ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସହ ସଂଯୋଜକ ନିମାଇଁ ରାଏ, ଯାଜପୁର ଜିଲା ସଂପାଦକ ମାଧବାନନ୍ଦ ଶାନ୍ତି, ପ୍ରାଧ୍ୟାପକ ଜଚିନ୍ଦ୍ର ରାଉତ, ପରିକ୍ଷିତ ଶତପଥୀ, ରୁଦ୍ର ପ୍ରଶନ ସାମଲ, ଗଗନ ବିହାରୀ ସ୍ୱାଇଁ, ଅଜୟ ପ୍ରଧାନ ପ୍ରମୁଖଙ୍କ ଆହ୍ୱାନ କ୍ରମେ ଚଣ୍ଡିଖୋଲ ସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିଦେ୍ର୍ଦଶକ, ସହକାରୀ ପ୍ରକଲ୍ପ ନିଦେ୍ର୍ଦଶକ ସ୍ଥଳ ଯନ୍ତ୍ରୀ ଦାବି ସ୍ଥାନରେ ପହଁଚି ସରଜମିନ ତଦନ୍ତ କରିବା ସହିତ ଦାବି ଯଥାର୍ଥ ବୋଲି ଉପଲବ୍ଧି କରିଛନ୍ତି । ଏହି ଗଳି ପୋଲ ନିର୍ମାଣ ସଂପର୍କିତ ଦାବି ପତ୍ରର ନକଲ ଯାଜପୁର ଜିଲାପାଳ, ବିଧାୟକ ବଡଚଣା, ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତିଙ୍କୁ ପ୍ରଦାନ କରାଯାଇଥିବା କଥା କମିଟି ପକ୍ଷରୁ କୁହାଯାଇଛି । ଏହି କ୍ରମରେ ଯଦି ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀ ଗଲିପୋଲ ନିର୍ମାଣ ପାଇଁ ତୁରନ୍ତ ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ଦାବି ଆନେ୍ଦାଳନରେ ପରିଣତ ହେବ ବୋଲି ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ନିମାଇଁ ଚେତାବନୀ ଦେଇଛନ୍ତି ।