ହୃଦ୍ଘାତରେ ପ୍ରଧାନଶିକ୍ଷକ ନିରଞ୍ଜନ ସାମଲଙ୍କ ମୃତୁ୍ୟ

  ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନ ମଢିଆଳି ସରକାରୀ ଉପ୍ର ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିରଞ୍ଜନ ସାମଲ ଶୁକ୍ରବାର ଅପରାହ୍ନରେ ହୃଦଘାତରେ ମୃତୁ୍ୟବରଣ କରିଥିବା ଜଣାଯାଇଛି । ଗତ ଗୁରୁବାର ଆଗରପଡା ଶିକ୍ଷକ ତାଲିମ ପ୍ରତିଷ୍ଠାନରେ ମୋଡୁ୍ୟଲ ପ୍ରସ୍ତୁତି କର୍ମଶାଳାରେ ଅଂଶଗ୍ରହଣ କରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିସôା ପରେ ଭଦ୍ରକ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥାରେ ଅବନତି ହେବାରୁ ତାଙ୍କୁ ଭୁବନେଶ୍ୱର ଘରୋଇ ଡାକ୍ତରଖାନାକୁ ଚିକିସôା ପାଇଁ ନିଆଯାଇଥିଲା । ଚିକିସôାଧିନ ଅବସ୍ଥାରେ ଶୁକ୍ରବାର ଅପରାହ୍ନ ୨.୪୦ମି ସମୟରେ ପ୍ରାଣ ହରାଇଥିଲେ । ମର ଶରୀରକୁ ଅଗେଇବହେରା (କାଳିଚାଗଡିଆ)କୁ ଅଣାଯାଇ ମଞ୍ଜୁରୀରୋଡ ବଜାର ପରିକ୍ରମା କରାଯାଇଥିଲା । ଯାଜପୁର ଦଶ୍ୱାଶମେଧ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ଗତ ୧୧ ବର୍ଷ ପୂର୍ବରୁ ତାଙ୍କ ଧର୍ମପତ୍ନୀଙ୍କ ବିୟୋଗ ହୋଇଥିଲା । ତାଙ୍କ ପରିବାରରେ ୮୦ ବର୍ଷର ପକ୍ଷାଘାତ ଆକ୍ରାନ୍ତ ମାତା ଓ ୧୮ ବର୍ଷର ପୁତ୍ର ଅଛନ୍ତି । ମେଳାପୀ ସ୍ୱଭାବର ସ୍ୱର୍ଗତ ଶିକ୍ଷକଙ୍କ ବିୟୋଗରେ ଶିକ୍ଷକମହଲ, ପୂରାତନ ଛାତ୍ରଛାତ୍ରୀ, ଅଞ୍ଜଳବାସୀ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।