ବାଙ୍ଗାଲୋରରେ ଓଡ଼ିଆ ଯୁବକଙ୍କ ଶୋଚନୀୟ ମୃତୁ୍ୟ
ବନ୍ତ: ବାଙ୍ଗାଲୋରରେ ଦୁର୍ଘଟଣାରେଓଡ଼ିଆ ଯୁବକଙ୍କ ଶୋଚନୀୟ ମୃତୁ୍ୟ ହୋଇଛି । ବନ୍ତ ଥାନା ଛୟାଳସିଂହ ପଞ୍ଚାୟତ ପଳସା ଗାଁର ସୁରେନ୍ଦ୍ର ସାହୁଙ୍କ ପୁଅ ରଞ୍ଜନ ସାହୁ(୨୭) ଙ୍କର ଶୋଚନୀୟ ମୃତୁ୍ୟ ଘଟିଛିା ତେବେ ରଞ୍ଜନ ୪ବର୍ଷ ହେବ ବେଙ୍ଗାଲୁରୁ ହସକୋଟ୍ରେ ଏକ ଘରୋଇ କମ୍ପାନୀରେ ମେସିନ୍ ଚାଳକ ଭାବେ କାର୍ଯ୍ୟ କରି ଆସୁଥିଲେ । ଗତକାଲି ରବିବାର ଥିବାରୁ ସହଯୋଗୀଙ୍କ ସହ ଛାତ ଉପରେ ଥିବା ସମୟରେ ଦୁର୍ଘଟଣା ବଶତଃ ୨ତାଲା ବିଶିଷ୍ଟ ଟିଣ ଛାତ ଉପରୁ ତାଙ୍କ ଗୋଡ଼ ଖସି ଯାଇଥିଲା ଫଳରେ ସେ ତଳେ ପଡିଯାଇଥିଲେ । ସହଯୋଗୀ ମାନେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଜଣେ ସରଳ ମେଳାପୀ ଏବଂ ପରୋପକାରୀ ଯୁବକ ହୋଇଥିବାରୁ ତାଙ୍କ ମୃତୁ୍ୟରେ ଗାଁରେ ଶୋକର ଛାୟା ଖେଳି ଯାଇଛି । ବାଙ୍ଗାଲୋର ସ୍ଥିତ ହସ୍ପିଟାଲରେ ଶବ ବ୍ୟବଚ୍ଛେଦପରେ ଗ୍ରାମରେ ପହଂଚିବେ ।