ଆଇନ ସଚେତନତା ଶିବିର

 ପୁରୀ  : ପୁରୀ ଜିଲ୍ଳା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷା ତଥା ଜିଲ୍ଳା ଦୌରାଜଜ୍ ଅଜନ୍ତର ଷଡ଼ଙ୍ଗୀଙ୍କ ନିଦେ୍ର୍ଦଶ କ୍ରମେ ପେଣ୍ଠକଟା ସ୍ଥିତ ସାଇ ମନ୍ଦିର ପରିସରରେ କଠିନ ବର୍ଯ୍ୟବସ୍ତୁ ପରିଚାଳନା ସମ୍ପର୍କରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଳା ଆଇନ ସେବା ପ୍ରାଧିକରଣର ସଚିବ ପରିତୋଷ କୁମାର ସେଠୀ ଏହାକୁ ଉଦ୍ଘାଟନ କରି କହିଥିଲେ ଯେ ଆଇନସେବା ପ୍ରାଧିକରଣ ଅଧିନିୟମ ୧୯୮୭ରେ ବିଭିନ୍ନ ବିଧି ବ୍ୟବସ୍ଥା ରହିଛି । ନିଃଶୁଳ୍କ ଆଇନ ସେବା ପାଇବା ପାଇଁ ଯୋଗ୍ୟ ହିତାଧିକାରୀ, ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର, ନ୍ୟାୟ ସଂଯୋଗ, ଏବଂ ସମ୍ମୁଖ କାର୍ଯ୍ୟାଳୟ ବିଷୟରେ ଅବଗତ କରାଇବା ସହ ଆଇନସେବା  କଣ ଏବଂ ଆଇନ ସେବା ପାଇବା ପାଇଁ କେଉଁମାନେ ଯୋଗ୍ୟ ସେ ସମ୍ପର୍କରେ ବୁଝାଇଥିଲେ । ମୁଖ୍ୟ ଅତିଥିଭାବେ ସାନିଟେସନ ଅଫିସର ରିସଭ ଦାସ, ସ୍ୱେଚ୍ଛାସେବୀ ସଂଗଠନ ‘ସ୍ପନ୍ଦନ’ର ନିଦେ୍ର୍ଦଶକ ଶାଶ୍ୱତ କୁମାର ମହାପାତ୍ର, ଅଧ୍ୟକ୍ଷତା ବର୍ଷାରାଣୀ ମିଶ୍ର, ପ୍ରୋଗ୍ରାମ ଅଫିସର ଦୁର୍ଗା ଦେ, ଆଇନ ସହାୟତା ପ୍ରତିରକ୍ଷା ଓକିଲ ସୁଧୀକ କୁମାର ଘୋଷ, ଦ୍ୱିତୀକୃଷ୍ଣ ପଟ୍ଟନାୟକ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଆଇନ ସମ୍ପର୍କରେ ବୁଝାଇଥିଲେ । ବର୍ଯ୍ୟବସ୍ତୁ ପ୍ରକାର ଭେଦ ଏବଂ ଏହାର ସୁପରିଚାଳନା ପାଇଁ ରହିଥିବା ବିଭିନ୍ନ ଆଇନ ସମ୍ପର୍କରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପ୍ରାଧିକରଣର କର୍ମଚାରୀବୃନ୍ଦ  ।