ବନ୍ଦର ନିଷିଦ୍ଧାଞ୍ଚଳ ଭିତରେ ଦୁର୍ଘଟଣା : ମାଲବାହୀ ଟ୍ରକ ଧକ୍କାରେ ୨ ଡମ୍ପର ଡ୍ରାଇଭର ମୃତ
ପାରାଦୀପ : ବନ୍ଦର ନିଶିଦ୍ଧାଞ୍ଚଳ ଭିତରେ ଶନିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଆନ୍ତ୍ ମାଲ ପରିବହନରେ ନିୟୋଜିତ ଦୁଇ ଡମ୍ପର ଡ୍ରାଇଭର ମୃତୁ୍ୟବରଣ କରିଛନ୍ତି । ମୃତକ ଡମ୍ପର ଡ୍ରାଇଭର ଦୁହେଁ ହେଲେ ଅସ୍ତରଙ୍ଗ ଅଞ୍ଚଳର ରନôାକର ସ୍ୱାଇଁ ଓ ଅନ୍ୟ ଜଣକ ସ୍ଥାନୀୟ ଷଣ୍ଢକୁଦ ବସ୍ତିର ଚନ୍ଦନ ଜେନା । ଘଟଣାରୁ ଜଣାପଡିଛି ଯେ ବନ୍ଦର ନିଶିଦ୍ଧାଞ୍ଚଳ ଭିତରେ ଗତକାଲି ରାତିରେ ଆନ୍ତଃମାଲ ପରିବହନରେ ନିୟୋଜିତ ଏକ ଡମ୍ପର ଖରାପ ହେବାରୁ ଉକ୍ତ ଗାଡ଼ିର ଡ୍ରାଇଭର ଜଣକ ତାର ଅନ୍ୟ ଜଣେ ସହଯୋଗୀ ଡ୍ରାଇଭରକୁ ଡ଼ାକି ଦୁଇଜଣଯାକ ସେହି ଡମ୍ପରଟି ମରାମତି କରୁଥିବା ସମୟରେ ଗୋଟେ ଆଇରନ୍ ବୋଝେଇ ଟ୍ରକ ଦ୍ରୁତଗତିରେ ଯାଇ ଉକ୍ତ ବ୍ରେକ୍ ଡାଉନ୍ ହୋଇଥିବା ଡମ୍ପରକୁ ଶକ୍ତ ଧକ୍କା ଦେଇଥିଲା । ଫଳରେ ଆଇରନ ବୋଝେଇ ଟ୍ରକ ଧକ୍କାରେ ମରାମତି ଚାଲିଥିବା ଡମ୍ପରର କେବିନ୍ ବଡିରୁ ବାହାରି ତଳେ ପଡ଼ିଥିଲା, ଯେଉଁଥିରେ ମରାମତି କାର୍ଯ୍ୟ କରୁଥିବା ଉକ୍ତ ଦୁଇ ଡମ୍ପର ଡ୍ରାଇଭର ଚାପିହୋଇ ଯାଇଥିଲେ । ଦୁର୍ଘଟଣା ଖବର ପାଇ ଅନ୍ୟ ଡ୍ରାଇଭରମାନେ ଡ୍ରାଇଭର ଦୁହିଁଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ସ୍ଥାନୀୟ ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ହେଲେ ସେଠାରେ ଡାକ୍ତର ଉଭୟ ଡ୍ରାଇଭରକୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ଡମ୍ପର ଡ୍ରାଇଭରମାନଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତକ ଡ୍ରାଇଭର ଦୁହିଁଙ୍କ ପରିବାର ଦୁହିଁଙ୍କୁ ଉଚିତ୍ ନ୍ୟାୟ ଦେବା ଦାବିରେ ମଧ୍ୟ ରାତିରୁ ଡ୍ରାଇଭର ଓ ହେଲ୍ପରମାନେ କାର୍ଯ୍ୟବନ୍ଦ ଆନେ୍ଦାଳନ ଆରମ୍ଭ କରି ଦେଇଥିଲେ । ତେବେ ପାରାଦୀପ ସ୍ଥିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତିରଞ୍ଜନ କର ଅଧ୍ୟକ୍ଷତାରେ ପାରାଦୀପ ବନ୍ଦର ପ୍ରଶାସନ, ପାରାଦୀପ ଷ୍ଟ୍ଟିଭେଡୋର୍ସ ଆସୋସିଏସନ୍, ପାରାଦୀପ ଡମ୍ପର ଆସୋସିଏସନର କର୍ମକର୍ତ୍ତା, ଦୁଇଟି ଶ୍ରମିକ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକର ନିଷ୍ପତିକ୍ରମେ ଦୁଇ ମୃତ ଡମ୍ପର ଡ୍ରାଇଭରଙ୍କ ପରିବାରଙ୍କୁ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ୧୦ ଲକ୍ଷ ଟଙ୍କା, ପାରାଦୀପ ଷ୍ଟ୍ଟିଭେଡୋର୍ସ ଆସୋସିଏସନ୍ ପକ୍ଷରୁ ୫ ଲକ୍ଷ ୨୦ ହଜାର ଓ ପାରାଦୀପ ଡମ୍ପର ଆସୋସିଏସନ୍ ପକ୍ଷରୁ ୨ ଲକ୍ଷ ୨୦ ହଜାର ଲେଖାଏଁ ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରିବାକୁ ନିଷ୍ପତି ନିଆଯାଇଥିଲା । ସେହିଭଳି ଜିଲ୍ଲା ରେଡକ୍ରସ ପାଣ୍ଠିରୁ ମଧ୍ୟ ମୃତକ ଦୁଇ ଡ଼୍ରାଇଭରଙ୍କ ପରିବାରଙ୍କୁ ୧୦ ହଜାର ଲେଖା ସହାୟତା ରାଶି ପ୍ରଦାନ କରିବାକୁ ନିଆଯାଇଥିବା ନିଷ୍ପତି ମୃତକ ଦୁଇ ଢ୍ରାଇଭରଙ୍କ ପରିବାର ସମେତ ଆନେ୍ଦାଳନକାରୀଙ୍କୁ ଜଣାଇବା ପରେ ଅପରାହ୍ନ ସାଢ଼େ ୧ଟା ସମୟରେ ଆନେ୍ଦାଳନ ପ୍ରତ୍ୟାହାର ହେବା ସହିତ ଆନ୍ତଃମାଲ ପରିବହନ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା ।