ଦୁର୍ଘଟଣାରେ ଜଣେ ମୃତ 

ଆନନ୍ଦପୁର :ଏହି ଥାନା ଅନ୍ତର୍ଗତ ଦଧିବାମନପୁର ଗ୍ରାମର ଆନନ୍ଦ ଜେନା (୬୭)ଙ୍କ ଉପରେ ଗାଡି ଚଢ଼ିଯିବାରୁ ଜୀବନ ଚାଲିଯାଇଛି । ସୂଚନା ଅନୁଯାୟୀ ମଙ୍ଗଳବାର ଶାଳବଣୀରେ ହାଟ ବାରୀ ଥିବାରୁ ସ୍ୱର୍ଗତ ଜେନା ହାଟ କରିବାକୁ ଯାଇଥିଲେ । ହାଟରୁ ଫେରିବା ସମୟରେ ଏକ ଭ୍ୟାନ ଗାଡି ସ୍ୱର୍ଗତ ଜେନାଙ୍କୁ ଧକ୍କା ଦେଇଥିଲା । ଯଦ୍ୱାରା କି ଘଟଣା ସ୍ଥଳରେ ହିଁ ତାଙ୍କର ମୃତୁ୍ୟ ଘଟିଥିଲା । ଉତ୍ୟକ୍ତ ଲୋକେ ଭ୍ୟାନକୁ ଅଟକ ରଖିବା ସହିତ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଆନନ୍ଦପୁର ପୁଲିସ ଘଟଣା ସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ରାସ୍ତା ଅବରୋଧକୁ ହଟାଇଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ମୃତ ଆନନ୍ଦଙ୍କୁ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେପଟେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ।