ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ବିଞ୍ଝାରପୁର : ଏହି ବ୍ଲକ ଅନ୍ତର୍ଗତ କପିଳା ପଞ୍ଚାୟତ ଅଧିନ ଭାସ୍କର ସାମଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ରାମ ଚନ୍ଦ୍ର ନାୟକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ୟାରୀମୋହନ ମୁଦୁଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥିଭାବେ ବିଧାୟୀକା ପ୍ରମିଳା ମଲ୍ଲିକ, ଫକିର ମୋହନ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର କୁମରବର ଦାଶ, ବ୍ଳକ ଅଧ୍ୟକ୍ଷା ରଞ୍ଜିତ କୁମାରୀ ଦାସ, ଜିଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ, ଜିଲା ଶାରୀରିକ ଶିକ୍ଷାଧିକାରୀ ଶମ୍ଭୁନାଥ ଦାଶ, ଓସ୍ତା ସଂଘର ସଭାପତି ଭରତ ଚନ୍ଦ୍ର ଦାସ, ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଦେବେନ୍ଦ୍ର କୁମାର ନାୟକ, ଅତିରିକ୍ତ ଶିକ୍ଷାଧିକାରୀ ସେକ୍ ନିଜାମୁଦ୍ଦିନ, ଅଧ୍ୟାପକ କୃଷ୍ଣ ଚନ୍ଦ୍ର ଯେନା ଯୋଗଦାନ କରିଥିଲେ । ଗ୍ରାମର ସମସ୍ତ ଅଧିବାସୀ ସମେତ ଶହଶହ ଶିକ୍ଷକ ଓ ଛାତ୍ରଛାତ୍ରୀ ଏକାଠି ହୋଇ ରୋଷଣୀରେ ଗ୍ରାମ ପରିକ୍ରମା କରି ଶିକ୍ଷକଙ୍କୁ ତାଙ୍କ ବାସଭବନରେ ଛାଡ଼ିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।