ଜିଲାପାଳଙ୍କ ଜନଶୁଣାଣି ଶିବିର


ାା ପ୍ରଭାନୁ୍ୟଜ୍ ।ା ଦଶରଥପୁର:  ଦଶରଥପୁର ବ୍ଲକ୍ରେ ଜିଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ବିଶେଷ କରି ଆବାସ ଯୋଜନା, ଚିକିତ୍ସା ସହାୟତା, ଜଳ ଯୋଗାଣ ପ୍ରସଙ୍ଗ, ସୁଭଦ୍ରା ଯୋଜନା ଅର୍ଥ ନମିଳିବା ପ୍ରଭୃତି ଅଭିଯୋଗ ସହ କୁଆଖିଆ-ମଙ୍ଗଳପୁର ଜାତୀୟ ରାଜପଥ ନିର୍ମାଣ କରୁଥିବା ଏଆରଏସ୍ଏସ୍ କମ୍ପାନୀ ବିରୁଦ୍ଧରେ ବହୁ ଅଭିଯୋଗ ହୋଇଥିଲା । ଏଆରଏସ୍ଏସ୍ କମ୍ପାନୀ ମନମୁଖୀ ସହ ନିମ୍ନମାନର କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ହୋଇଥିବାବେଳେ ମାସ ମାସଧରି ରାସ୍ତାର ପ୍ରାୟ ୧୫ରୁ ଉଦ୍ଧ୍ୱର୍ ପୋଲ ଖୋଳି ନିର୍ମାଣ କରୁନଥିବାରୁ ରାସ୍ତାରେ ଦୁର୍ଘଟଣା ଘଟୁଛି ।
 ରାସ୍ତା କାର୍ଯ୍ୟର ତଦନ୍ତ କରିବାକୁ ଅଭିଯୋଗ ହୋଇଥିଲା । ଶିବିରରେ ମୋଟ ୧୨୭ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ବ୍ୟକ୍ତିଗତ ଭାବେ ୬୧, ସମୂହ ୧୪ ଓ ତକ୍ରାଳ ୪୨ଗୋଟି ଅଭିଯୋଗର ଜିଲ୍ଲାପାଳ ସମାଧାନ କରିଥିଲେ । ଏଥିସହ ଗୁରୁତର ରୋଗରେ ପୀଡ଼ିତ ୧୩ ଜଣଙ୍କୁ ଜିଲାପାଳଙ୍କ ରେଡ଼କ୍ରସରୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ଦିଆଯାଇଥିବାବେଳେ ଆଉ ୨୭ଜଣଙ୍କ ଅଭିଯୋଗକୁ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପଠାଯାଇଛି । ଶିବିରରେ ଜିଲାପାଳଙ୍କ ସହ ଏସପି ଭିନିତ ଅଗ୍ରୱାଲ, ଅତିରିକ୍ତ ଜିଲାପାଳ ଶୁଭେନ୍ଦ୍ର କୁମାର ସାମଲ, ଜିଲା ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଉପଜିଲାପାଳ ଅଂଶୁମାନ ଶତପଥି, ବିଡ଼ିଓ ଆକାଶ ପଟ୍ଟନାୟକ, ତହସିଲଦାର ବିକ୍ରମ କେଶରୀ ପରିଡ଼ା, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଜ୍ଞାନରଞ୍ଜନ ନାୟକ, ସିଡ଼ିଏମ୍ଓ ଡ.ଶୁଭାଶିଷ ମହାରଣାଙ୍କ ସହ ଜିଲାସ୍ତରୀୟ ସବୁ ବିଭାଗର ଅଧିକାରୀଙ୍କ ସହ ବ୍ଲକ୍ର ଅଧିକାରୀମାନେ ଯୋଗ ଦେଇଥିଲେ ।