ପୋଖରୀରେ ପଡି ଯୁବକଙ୍କ ମୃତୁ୍ୟ

ଜଟଣୀ  : ସ୍ଥାନୀୟ ପୌରାଞ୍ଚଳ ଅନ୍ତର୍ଗତ ହାଟ ବଜାର ପୋଖରୀରେ ବୁଡି ଜଣେ ଯୁବକର ମୃତୁ୍ୟ ଘଟିଛି  । ସୂଚନା ମୁତାବକ ବୁଧବାର ସକାଳ ସମୟରେ ଏକ ଯୁବକ ଜଣଙ୍କର ଶବ ପୋଖରୀରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ  । ପୁଲିସ ପହଁଚି ଅଗ୍ନିଶମ ବାହିନୀଙ୍କ ମାଧ୍ୟମରେ ଶବ ଉଦ୍ଧାର କରି ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ମୃତକ ଜଣଙ୍କ ହେଲେ ମାଣିଆ ଛକର ସନ୍ତୋଷ କୁମାର ବୋଲି ଜଣାପଡିଛି  । ତେବେ ମୃତୁ୍ୟର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ ପକ୍ଷରୁ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇ ତଦନ୍ତ ଜାରିରଖିଥିବା ଜଣାଯାଇଛି  ।]