କୋଇଲାରେ ପୋତି ହୋଇ ଚାଳକ ମୃତ
ଯଖପୁରା/ଦାନଗଦୀ: କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅବସ୍ଥିତ ମୈଥାନ ଇସ୍ପାତ କାରଖାନାକୁ କୋଇଲା ଖଲାସ କରିବାକୁ ଆସିଥିବା ଏକ ହାଇବାର ଚାଳକ କୋଇଲାରେ ପୋତି ହୋଇ ମୃତୁ୍ୟ ଘଟିଛି । ମୃତ ଚାଳକ ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରବେଣୀ ଅଞ୍ଚଳର ସୋରେନ ମହାନ୍ତ (୩୮) ହୋଇଥିବା ବେଳେ ମାନପୁର ୟାର୍ଡ଼ରୁ କୋଇଲା ବୋଝେଇ କରି ମୈଥାନ କାରଖାନାର ଷ୍ଟକ୍ ୟାର୍ଡରେ ଖଲାସ ବେଳେ ଦୁର୍ଘଟଣା ଘଟିଥିଲା । ଯାହା ଖବର ମିଳିଛି ଚାଳକ ଜଣକ ୟାର୍ଡ଼ରେ ଗାଡ଼ି ଲଗାଇବା ପରେ କୋଇଲା ଖଲାସ ପାଇଁ ଲକ ଖୋଲିବାକ୍ଷଣି ଟନଟନ କୋଇଲା ଉଜାଡ଼ି ହୋଇଯାଇଥିଲା । ଯାହା ଫଳରେ ଚାଳକ ଜଣକ କୋଇଲା ତଳେ ପୋତି ହୋଇଯାଇଥିଲେ । କୈାଣସି ମତେ ଏହା ଜଣାପଡ଼ିବା ପରେ ସୋରେନକୁ ଉଦ୍ଧାର କରି ଦାନଗଦୀ ମେଡ଼ିକାଲରେ ଭର୍ତି କରାଯାଇଥିଲା । ହେଲେ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଗାଡି ମାଲିକଙ୍କ ଠାରୁ ଫୋନ ପାଇଁ ସୋରେନଙ୍କ ପତ୍ନୀ ତମେ ମେଡିକାଲରେ ପହଁଚିଥିଲେ । ସ୍ୱାମୀଙ୍କ ଅକସ୍ମାତ ମୃତୁ୍ୟକୁ ସହଜରେ ଗ୍ରହଣ କରିପାରିନଥିବା ବେଳେ ସତ୍ୟା ସତ୍ୟ ତଦନ୍ତ ଦାବି କରିଥିଲେ । ଯଖପୁରା ପୁଲିସ ଶବ ବ୍ୟବେଛେଦ ପାଇଁ ଦାନଗଦୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତୀ କରି ଘଟଣାର ତଦନ୍ତ କରିଛି ।