ପାଚେରୀ ଭାଙ୍ଗି ଦୁଇ ଶ୍ରମିକ ମୃତ

 ବଲାଙ୍ଗିର: କଣ୍ଟାବାଞ୍ଜି ପାଚେରୀ ଭାଙ୍ଗିବା ଘଟଣାରେ ଆଉ ଜଣେ ଶ୍ରମିକଙ୍କ ମୃତୁ୍ୟ ଘଟିଛି  । ସୂଚନା ଅନୁସାରେ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ଅମୃତ ଭାରତ ଉନ୍ନତି କରଣ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ଜେ ସି ବି ଦ୍ୱାରା ପାଚେରୀ ଭାଙ୍ଗିଲା ବେଳେ ଭଙ୍ଗା ପାଚେରୀ ତଳେ  ୨ ଶ୍ରମିକ ଦବି ଯାଇଥିଲେ  । ଯେଉଁଥିରେ ଜଣେ ଶ୍ରମିକ ଘଟଣାସ୍ଥଳରେ ହିଁ ମୃତୁ୍ୟବରଣ କରିଥିଲେ ଓ ଆଉ ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିଲେ । ତେବେ ଗୁରୁବାର ସନ୍ଧ୍ୟାରେ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାରେ ଚିକିସôାଧୀନ ଅବସ୍ଥାରେ ତାଙ୍କ ମୃତୁ୍ୟ ଘଟିଥିବା ସୂଚନା ମିଳିଛି  ।