ପାଇଖାନା ଟାଙ୍କି ଫଲ୍ସ ଖସି ୪ ମୃତ

 ନବରଙ୍ଗପୁର:  ନବରଙ୍ଗପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି  । ନିର୍ମାଣଧୀନ ପାଇଖାନା ଟାଙ୍କିରେ କାମ କରୁଥିବା ବେଳେ ଫଲ୍ସ ଖସିଯିବାରୁ ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କର ମୃତୁ୍ୟ ଘଟିଛି  ।
ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଡାଲଗୁଡା ଗ୍ରାମରେ ଜନୈକ ବ୍ୟକ୍ତିଙ୍କର ପାଇଖାନା ଟାଙ୍କି ନିର୍ମାଣ ଚାଲିଥିଲା  । ଟାଙ୍କି ଭିତରେ ଦୁଇ ଜଣ ଶ୍ରମିକ କାମ କରୁଥିଲେ  । କିନ୍ତୁ ଫଲ୍ସ ଖସିଯିବାରୁ ସେମାନେ ଶ୍ୱାସରୁଦ୍ଧ ହୋଇଯାଇଥିଲେ  । ତାଙ୍କୁ ଉଦ୍ଧାର କରିବା ପାଇଁ ଅନ୍ୟ ଦୁଇ ସହଯୋଗୀ ମଧ୍ୟ ଟାଙ୍କି ଭିତରକୁ ଯାଇଥିଲେ  । କିନ୍ତୁ ସେମାନେ ବି ଶ୍ୱାସରୁଦ୍ଧ ହୋଇ ଗୁରୁତର ହୋଇ ଯାଇଥିଲେ  ।
ଘଟଣା ସମ୍ୱନ୍ଧରେ ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ବାହିନୀ ସହ ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ, ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ପହଁଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ  । ଗୁରୁତର ଅବସ୍ଥାରେ ସେମାନଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରାଯାଇଥିଲା  । ସେଥିମଧ୍ୟରୁ ପ୍ରଥମେ ତିନି ଜଣ ମୃତୁ୍ୟ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ  । ତେବେ କିଛି ସମୟ ଚିକିସôାଧୀନ ଅବସ୍ଥାରେ ରହିବା ପରେ ତାଙ୍କର ବି ମୃତୁ୍ୟ ଘଟିଥିଲା  । ମୃତକମାନେ ହେଲେ ଏନ.ସନ୍ତୁ (୨୮), ଅମିର ଖୁରା (୩୦), ତ୍ରିଲୋଚନ ଭତରା (୨୫), ଲାଲୁ ରଣା କାମରା (୨୬)  । ସମସ୍ତଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାରକୁ ହସ୍ତାନ୍ତର କରାଯିବ  । ତେବେ ଶବ ବ୍ୟବଚ୍ଛେଦ ପରେ ମୃତୁ୍ୟର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ଦେଇଛନ୍ତି ଡକ୍ଟର ଅଳକା ମିଶ୍ର  । ଲାଲୁ ରଣା କାମରା କୋରାପୁଟ ଜିଲ୍ଲାର ବାସିନ୍ଦା ହୋଇଥିବାବେଳେ ବାକି ୩ ଜଣ ନବରଙ୍ଗପୁର ଜିଲ୍ଳାର ବୋଲି ଜଣାପଡ଼ିଛି  । ଖବର ଲେଖା ବେଳକୁ ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ପୋଷ୍ଟମର୍ଟମ ହୋଇନଥିବା ଜଣାପଡିଛି  । ଡାକ୍ତର ଖାନା ପରିସରରେ ଏବେ ଶୋକାକୂଳ ସ୍ଥିତି ସୃଷ୍ଟି ହୋଇଥିଲା  ।