ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା : ରିମାଣ୍ଡରେ ଗଲେ ୬ ଜଣ 

ବ୍ରହ୍ମପୁର:  ଗୋପାଳପୁର ସମୁଦ୍ର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେଇ ଅଧିକ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ  । କୋର୍ଟରୁ ଅନୁମତି ମିଳିବା ପରେ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଛି  । ବେଲଗାଁ ଥାନା ଅନ୍ତର୍ଗତ ପାଟପୁର ଗାଁର କୁନାଲ ପ୍ରଧାନ, ହିଞ୍ଜିଳି ଥାନା ଅନ୍ତର୍ଗତ ବାରୁପଦ ଗାଁର ବାବୁରାମ ଦଳାଇ, ଲକ୍ଷ୍ମଣ ପ୍ରଧାନ, ସିକିରି ଗାଁର ଓମ୍ ପ୍ରଧାନ, ଦୀପକ ତରାଇ ଓ ପୁରୁଷୋତ୍ତମପୁରର ପ୍ରମୋଦ ନାୟକଙ୍କୁ  ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ  । ପ୍ରଥମେ ଗୋପାଳପୁର ମେଡିକାଲରେସମସ୍ଥଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଗୋପାଳପୁର ଥାନାରେ ଅଧିକ ଜେରା କରିଛନ୍ତି  । ଗତ ଶୁକ୍ରବାର ଦିନ ଏହି ୬ ଅଭିଯୁକ୍ତଙ୍କ ବ୍ରହ୍ମପୁର ଜେଲରେ ହୋଇଥିଲା ଟିଆଇ ପ୍ୟାରେଡ  । ୧୫ ଦିନ ମଧ୍ୟରେ ତଦନ୍ତ ଶେଷ କରି କୋର୍ଟରେ ଚାର୍ଜସିଟ୍ ଦାଖଲ କରିବ କ୍ରାଇମବ୍ରାଞ୍ଚ  । ମାମଲାର ତ୍ୱରିତ ଫଇସଲା ପାଇଁ ଏହାର ବିଚାର ଫାଷ୍ଟଟ୍ରାକ କୋର୍ଟରେ କରାଯିବା ସମ୍ଭାବନା ରହିଛି  ।