କୁଡୁମୀ କର୍ମଚାରୀ ସଂଘର ବୈଠକ
ବଡ଼ସାହି: ମୟୂରଭଞ୍ଜ ଜିଲ୍ଲାସ୍ତରରେ ଗଠିତ ହୋଇଥିବା କୁଡୁମୀ କର୍ମଚାରୀ ସଂଘର ଏକ ବୈଠକ ନବ ବର୍ଷ ପାଳନ ଉପଲକ୍ଷେ ଘୁସୁରିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ବିଦ୍ୟା ବିହାର ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ତଥା ମା’ଦୁର୍ଗା ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷକ ଦୟାନିଧି ମହାନ୍ତଙ୍କ ଆୟୋଜନକ୍ରମେ ଅନୁଷ୍ଠିତ ବୈଠକରେ ସଂଘର ସଭାପତି ସୁଶିଲ କୁମାର ମହାନ୍ତ ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ ବଳରାମ ମହାନ୍ତ ବିବରଣୀ ପାଠ କରିବା ସହ ସଂଘର ମଜବୁତ୍ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । କୁଡୁମୀ ସମାଜ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ସହିତ କରାଯାଉଥିବା ଅନ୍ୟାୟ ବିରୋଧରେ ମୁକାବିଲା କରିବା ପାଇଁ ସମସ୍ତେ ଏକତ୍ରିତ ହେବାକୁ ଶପଥ ନେଇଥିଲେ । ସଂଘର ପରବର୍ତ୍ତୀ ବୈଠକ ମକର ପର୍ବ ପରେ ଆସନ୍ତା ୧୯ ତାରିଖ ଦିନ ରଙ୍ଗଲାଲ ହାଇସ୍କୁଲ ନିକଟରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଜିଲ୍ଲାର ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କ ମଧ୍ୟରେ ଜୟନ୍ତ କୁମାର ମହାନ୍ତ, ଧ୍ରୁବେନ୍ଦ୍ର ମହାନ୍ତ, ଇଭା ରଞ୍ଜନ ମହାନ୍ତ, ନରହରି ମହାନ୍ତ, ପର୍ଶୁରାମ ମହାନ୍ତ, ଜନ୍ମେଜୟ ମହାନ୍ତ, ଶିକ୍ଷକ ଅନିଲ ମହାନ୍ତ, ଟିକାୟତ ମହାନ୍ତ, ଗୋବିନ୍ଦ ମହାନ୍ତ, ସନ୍ତୋଷ ମହାନ୍ତ, ବାଦଲ ମହାନ୍ତଙ୍କ ସମେତ ଶତାଧିକ ଶିକ୍ଷକ, ଶିକ୍ଷା କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ସଦସ୍ୟ ଶମ୍ଭୁନାଥ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
