ବାବା ହରି ଗୋସେଇଁ ପୀଠରେ ନାମ ସଂକୀର୍ତ୍ତନ

 ବରୀ: ବରୀ ବ୍ଲକ ଭଅଁରା ପଞ୍ଚାୟତର ଚଟୁମାରୀ ଗ୍ରାମରେ ଥିବା ବାବା ହରି ଗୋସେଇଁ ପୀଠରେ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇ ଯାଇଛି । ବୁଧବାର ଶୁଭଧିବାସ, ଗୁରୁବାର ନାମଯଜ୍ଞ, ଶୁକ୍ରବାର ଦିନ ନଗର ଭ୍ରମଣ ଅନୁଷ୍ଠିତ ହୋଇଥିଲା । ଆଜକୁ ୧୪୦ ବର୍ଷ ଧରି ହରିଗୋସେଇଁଙ୍କ ପୀଠରେ ସର୍ବପୁରାତନ କୀର୍ତ୍ତନ ଅନୁଷ୍ଠାନ ପକ୍ଷରୁ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମକୁ ଚଟୁମାରି ଗ୍ରାମବାସୀଙ୍କ ପକ୍ଷରୁ ଆୟେଜନ କରାଯାଉଛି ।