ଚିନି କାରଖାନାରେ ଶ୍ରମିକଙ୍କ ମୃତୁ୍ୟ
ଆସିକା : ଆସିକା ସମବାୟ ଚିନିଶିଳ୍ପ ନୂଆଗାଁରେ ଆଜବେଷ୍ଟ କାମ ବେଳେ ଛାତରୁ ପଡି ଶ୍ରମିକର ମୃତୁ୍ୟ ହୋଇଛି । ମୃତ ଶ୍ରମିକ ଜଣଙ୍କ ହେଲେ ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳର ସଲମାନ ଖାନ (୨୨) । ସେ କିଛି ଶ୍ରମିକଙ୍କ ସହ ମିଶି ଚିନି କାରଖାନାର ଆଜବେଷ୍ଟର ସଜାଡିବାକୁ ଛାତ ଉପରକୁ ଯାଇଥିଲେ, ଏହି ସମୟରେ ଅସାବଧାନତା କାରଣରୁ ଛାତ ଉପରୁ ତଳେ ପଡି ଗୁରୁତର ହୋଇଥିଲେ । ମିଲରୁ ତାଙ୍କ ସହକର୍ମୀ ଉଧାରକରୀ ଚିକିସôା ନିମନ୍ତେ ଆସିକା ଉପଖଣ୍ଡ ଚିକିସôାଳୟରେ ଭର୍ତି କରିଥିଲେ । ଏଠାରେ ଡାକ୍ତର ସଲମାନଙ୍କୁ ମୃତୁ୍ୟ ଘୋଷଣା କରିଥିଲେ । ଖବରପାଇ ଆସିକା ପୁଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ସଲାମାନଙ୍କ ପକ୍ଷରୁ ଓ ଚିନି ଶିଳ୍ପ ପକ୍ଷରୁ ଦୁଇଟି ଲିଖିତ ଅଭିଯୋଗ ଆସିକା ଥାନାରେ ହୋଇଛି ଅଭିଯୋଗୟକୁ ଭିତ୍ତିକରୀ ପୁଲିସ ଥାନା ପକ୍ଷରୁ କେସ ନମ୍ବର ୦ ୭/୨୫ ରେ ଏକ ମାମଲା ରୁଜୁ କରିଛି । ତେବେ ସଲମାନ ସୁରକ୍ଷା ସରଞ୍ଜାମ ପନ୍ଧିନଥିବା ଯୋଗୁଁ ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ କେଉଁ ଅଧିକାରୀଙ୍କ ଦାୟିତ୍ୱରେ ସଲମାନ ବିନା ସୁରକ୍ଷା ଉପକରଣରେ ଛାତ ଉପରେ ଚଢି କାର୍ଯ୍ୟ କରୁଥିଲେ ତାହାର ତଦନ୍ତ କରାଯାଇ ଅଧିକାରୀଙ୍କ ବିରୋଧରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହେଉଛି ।