ବିଷାକ୍ତ ଛତୁ ଖାଇ ୫ଅସୁସ୍ଥ
ରାଇଘର : ରାଇଘର ବ୍ଲକ ଗଂଜପରା ପଞ୍ଚାୟତ ମାରାଂପାଲି ଗ୍ରାମରେ ବିଷାକ୍ତ ପାଳ ଛତୁ ଖାଇ ଗୋଟିଏ ପରିବାର ପାଞ୍ଚ ଜଣ ଅସୁସ୍ଥ ହୋଇଛନ୍ତି । ସମସ୍ତେ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଘର ନିକଟରେ ଥିବା ପାଳ ଗଦାରୁ ପାଳ ଛତୁ ଆଣି ରୋଷେଇ କରି ଉକ୍ତ ପରିବାରର କୂଅର ଲାଲ ଗଣ୍ଡ ତାଙ୍କ ବଡ ପୁଅ ବାଳକୁରାମ ଗଣ୍ଡ, ଦୀନେଶ ଗଣ୍ଡ, ସାନ ପୁଅ ଶିବଲାଲ ଗଣ୍ଡ, ଏବଂ ପୁତୁରା ବୁଦୁରାମ ଗଣ୍ଡ ଖାଇଥିଲେ । ଯାହାଫଳରେ ତାଙ୍କ ମୁଣ୍ଡ ବୁଲାଇ ସହ ଝାଡ଼ାବାନ୍ତି ହୋଇଥିଲା । ଫଳରେ ସେମାନଙ୍କୁ ପରିବାର ଲୋକ ରାଇଘର ମେଡିକାଲକୁ ନେଇଥିଲେ । ବର୍ତ୍ତମାନ ଚିକିତ୍ସା ପରେ ସମସ୍ତେ ସୁସ୍ଥ ରହିଥିବା ଜଣାପଡିଛି ।