ଦେବୀ ନଦୀ କୂଳରୁ ମିଳିଲା ବୌଦ୍ଧ ମୂର୍ତ୍ତୀ
କାକଟପୁର : ବାଉରୀଆକଣ ଦେବୀ ନଦୀ ସ୍ପର ନିକଟରେ ଜଣେ ଯୁବକ ଲୁଗା ପିନ୍ଧା ଯାଇଥିବା ଏକ ପ୍ରସ୍ତର ନିର୍ମିତ ବୌଦ୍ଧ ମୂର୍ତ୍ତୀକୁ ଦେଖି ବାଉରିଆ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଗ୍ରାମବାସୀ ଉକ୍ତ ମୂର୍ତ୍ତୀ କୁ ଉଦ୍ଧାର କରି ଗ୍ରାମ ନିକଟରେରେ ଥିବା ବରଗଛ ମୂଳ ରେ ରଖି ପୂଜାର୍ଚ୍ଚନା କରୁଛନ୍ତି । ସୂଚନା ଅନୁଯାଇ ଏହି ଗ୍ରାମ ର ଜଣେ ଯୁବକ ଚାଷ କାମ ପାଇଁ ଟ୍ରାକ୍ଟର ନେଇ ନଦୀ ବନ୍ଧ ଅତିକ୍ରମ କରୁଥିବା ବେଳେ ସ୍ପର ଉପରେ ଉକ୍ତ ମୂର୍ତ୍ତି ଉପରେ ନଜର ପଡିଥିଲା ସଙ୍ଗେ ସଙ୍ଗେ ସେ ସ୍ଥାନ କୁ ଯାଇ ଏକ ବୌଦ୍ଧ ମୂର୍ତ୍ତୀ ନାଲି ରଙ୍ଗ ର ଗାମୁଛା ରେ ଗୁଡିଆ ହୋଇଥିବା ମୂର୍ତ୍ତୀ ଉପରେ ରୁଦ୍ରାକ୍ଷ ମାଳି ଟିଏ ପଡିଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗ୍ରାମର ଅନେକ ବ୍ୟକ୍ତି ଘଟଣା ସ୍ଥଳରେ ପହଞ୍ଚô ମୂର୍ତ୍ତୀକୁ ନିଜ ଗ୍ରାମ ଚାରିଛକ ନିକଟରେ ଥିବା ତ୍ରିନାଥ ମଣ୍ଡପ ପାଖ ବରଗଛ ମୂଳରେ ସ୍ଥାପନ କରିବା ସହ, ବୌଦ୍ଧଙ୍କ ପ୍ରତିମାଙ୍କୁ ପୂଜାର୍ଚ୍ଚନା କରୁଛନ୍ତି ।