ଖଣି କମ୍ପାନୀ ଓ ପ୍ରଶାସନ ବୈଠକ
ଚମ୍ପୁଆ : ଖଣି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ନିମନ୍ତେ ଖଣି କମ୍ପାନିର ସାମାଜିକ ଦାୟିତ୍ୱକୁ ସୁଚାରୁ ରୂପରେ ସଂମ୍ପାଦନ ପାଇଁ ଚମ୍ପୁଆ ଉପଜିଲାପାଳ ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚମ୍ପୁଆ ଉପଜିଲାପାଳ ଉମାକାନ୍ତ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବ÷÷ଠକରେ ୨୫ରୁ ଉର୍ଦ୍ଧ ଖଣିକମ୍ପାନି ଅଧିକାରୀ ଯୋଗ ଦେଇଥିଲେ । କମ୍ପାନି ସୋସିଆଲ ରେସପନ୍ସସିବିଲିଟି ( ସିଏସଆର) ପରିପ୍ରେକ୍ଷିରେ କମ୍ପାନୀ ମାନଙ୍କ ଦ୍ୱାରା କିପରି ସ୍ଥାନିୟ ଅଞ୍ଚଳ ତଥା ଉପଖଣ୍ଡର ଉନ୍ନତି ହୋଇପାରିବା ସହିତ ଜନସାଧାରଣଙ୍କ ନିମନ୍ତେ ଜୀବନ ଜୀବିକା,ଶିକ୍ଷା ,ସ୍ୱାସ୍ଥ୍ୟ ଓ ଗମନାଗମନର ସୁବିଧା କରାଯାଇ ଖଣିପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସୁବିଧା ସୁଯୋଗ ପ୍ରଦାନ ଉପରେ ଆଲୋଚନା କରାଯାଇଥିଲା । କମ୍ପାନୀ ମାନେ ସାମାଜିକ ଦାୟିତ୍ୱ ବହନକରି କରୁଥିବା ଉନ୍ନୟନ ମୂଳକ ତଥା ଅକ୍ଷୀ ଦୃର୍ଷିଆ କାର୍ଯ୍ୟ କରିବା ସମୟରେ ପ୍ରଶାସନକୁ ଅବଗତ କରିବା ପାଇଁ ଉପଜିଲାପାଳ ନଦେ୍ର୍ଦଶ ଦେଇଥିଲେ । ଏପରିକି ବିଦ୍ୟାଳୟ,ବ୍ଲକରେ ପାନିୟଜଳ ବ୍ୟବସ୍ଥା ସହିତ ଜେଏସପିଏଲ କମ୍ପାନିକୁ ବିର୍ଶା ମୁଣ୍ଡାଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ନିର୍ମାଣ ଏବଂ ନେହରେୁ ଷ୍ଟାଡିୟମର ଉନ୍ନତି କରଣ ପାଇଁ ଟାଟା ଓ ଓଏମସି କମ୍ପାନିଙ୍କୁ ଦାୟିତ୍ୱ ଦିଆଯାଇଥିବା ଉପଜିଲାପାଳ ସୂଚନା ଦେଇଛନ୍ତି ।