ଓଲଟିଲା କୁକୁଡ଼ା ଚିଆଁ ବୋଝେଇ ଭ୍ୟାନ

 ପାପଡାହାଣ୍ଡି : ମୈଦଲପୁର ଥାନା ଅଧିନ ୨୬ନଂ ଜାତୀୟ ରାଜପଥର ଖଡକା ଘାଟିର ଏକ ବୁଲାଣିରେ ଏକ କୁକୁଡ଼ା ଚିଆଁ ବୋଝେଇ ଭ୍ୟାନ ଓଲଟି ପଡିଛି । ଏଥିରେ ଥିବା ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ ମୈଦଲପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ କରିଛି । ସୂଚନା ଅନୁଯାୟୀ, ଏକ ଭ୍ୟାନ (ସିଜି୦୭ସି୦୫୧୬) ବିଶାଖାପାଟଣାରୁ କୁକୁଡ଼ା ଚିଆଁ ବୋଝେଇ କରି ରାୟପୁର ଯାଉଥିଲା । ହଠାତ୍ ଖଡକାଘାଟିର ବୁଲାଣି ପାଖରେ ଭାରସ୍ୟାମ ହରାଇ ଓଲଟି ପଡିଥିଲା । ଖବର ପାଇଁ ପୁଲିସ ପହଞ୍ଚô ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି ।