ଆମ୍ବୁଲାନ୍ସରୁ ଡେଇଁ ରୋଗୀଙ୍କ ମୃତୁ୍ୟ

ବଡ଼ସାହି :   ବଡ଼ସାହି ଥାନା ଅନ୍ତର୍ଗତ ନରଣପୁର ଗ୍ରାମର ଜନୈକ ରୋଗୀକୁ ବଡ଼ସାହି ଡାକ୍ତରଖାନାକୁ ଗତକାଲି ରାତିରେ ଆଣୁଥିବା ବେଳେ ଆମ୍ବୁଲାନ୍ସରୁ ସେ ଡେଇଁ ପଡ଼ିଥିଲେ । ଫଳରେ ତାଙ୍କ ମୁଣ୍ଡ ଫାଟି ଅଧିକ ରକ୍ତସ୍ରାବ ହୋଇଥିଲା । ଡାକ୍ତରଖାନାରେ ପହଞ୍ଚôବା ବେଳକୁ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକ ଜଣକ ହେଉଛନ୍ତି ନରଣପୁର ଗ୍ରାମର ସୁଫଳ ସିଂ(୪୫) । ଘଟଣାରୁ ପ୍ରକାଶ, ସୁଫଳ ଅତ୍ୟଧିକ ମଦ୍ୟପାନ କରି ରାସ୍ତାରେ ପଡ଼ିଥିଲେ । କେତେକ ସ୍ଥାନୀୟ ଲୋକ ୧୦୮ଆମ୍ବୁଲାନ୍ସକୁ ଖବର ଦେବା ପରେ ଆମ୍ବୁଲାନ୍ସ ପହଞ୍ଚô ସୁଫଳକୁ ବଡ଼ସାହି ଡାକ୍ତରଖାନାକୁ ଆଣିବା ରାସ୍ତାରେ ସେ ହଠାତ୍ ଡେଇଁ ପଡ଼ିଥିଲେ । ତାଙ୍କୁ ପୁଣି ଉଠାଇ ଡାକ୍ତରଖାନା ପହଞ୍ଚାଇଥିଲେ । ଏ ସମ୍ପର୍କରେ ବଡ଼ସାହି ଥାନାକୁ ଜଣାଇବା ପରେ ପୁଲିସ୍ ୫୦/୨୫ ନମ୍ବରରେ ଏକ ଅପମୃତୁ୍ୟ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି ।