ଯୁବକଙ୍କ ସନେ୍ଦହଜନକ ମୃତୁ୍ୟ
ନିଆଳି : ଯୁବକଙ୍କ ସନେ୍ଦହଜନକ ମୃତୁ୍ୟ । ଗତକାଲି ବିଦେଶରୁ ଘରକୁ ଫେରିଥିଲେ । ହେଲେ ଆଜି ଭୋରୁ ଘର ପଛପଟ ଚକୁଣ୍ଡା ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନିଆଳି ଥାନା ଅଁନ୍ତର୍ଗତ ଅଲଣା ପଚାୟତ ଓଳାଂଶ ଗ୍ରାମରେ । ଏହି ଗ୍ରାମର ପ୍ରତାପ ସ୍ୱାଇଁଙ୍କ ସାନ ପୁଅ ପରେଶ ସ୍ୱାଇଁ (୩୧)କର୍ଣ୍ଣାଟକରେ ରହି କମ୍ପାନୀରେ କାମ କରୁଥିଲେ । ଗତକାଲି ସେଠାରୁ ଫେରି ରାତିରେ ଖାଇ ସାରି ଘରେ ଶୋଇଥିଲେ । ହେଲେ ଆଜି ସକାଳୁ ପରିବାର ଲୋକେ ପରେଶଙ୍କୁ ବାରିପଟରେ ଥିବା ଚାଖୁଣ୍ଡା ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ପରିବାର ଲୋକେ ରଶି କାଟି ପରେଶଙ୍କୁ ଘରକୁ ଆଣି ପୁଲିସ ଖବର ଦେଇଥିଲେ । ନିଆଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ରଶିଟିକୁ ଜବତ କରି ଅପମୃତ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିବା ସହିତ ଶବ ବ୍ୟବଚ୍ଛେଦ ନିମନ୍ତେ କଟକ ପଠାଇଛନ୍ତି । ପରେଶ ବାପା କହିଛନ୍ତି, କିଛି ମାସ ତଳେ ପଡୋଶୀ ଘରକୁ ସହିତ ତାର ଗଣ୍ଡୋଗଳ ହେେଇଥିଲା । ସେମାନେ ବାଡେଇ ପରେଶର ଗୋଡ ଭାଙ୍ଗି ଦେଇଥିଲେ । ସେବେଠାରୁ ସେ ମାନସିକ ଦୁଶ୍ଚିତାରେ ରହୁ ଥିଲେ । ତେବେ ଶବବ୍ୟବଛେଦ ରିପୋର୍ଟ ଆସିଲେ, ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।