ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

 ନୀଳଗିରି : ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ପ୍ରକାଶ ଯେ, ନୀଳଗିରି ଥାନା ଅନ୍ତର୍ଗତ ବାଘମାରା ଗ୍ରାମର ମୁକୁନ୍ଦ ସିଂ (୬୬)ଜମୁଡ଼ିଆ ପଞ୍ଚାୟତ ଅଫିସ୍କୁ ନିଜର ଭତ୍ତା ଆଣିବା ପାଇଁ ଯାଇଥିଲେ । ମାତ୍ର ସନ୍ଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ପରିବାର ଲୋକେ ବନ୍ଧୁ ବାନ୍ଧବ ସାହି ପଡିଶା ଘରେ ଖୋଜା ଖୋଜି କରିଥିଲେ । କିଛି ସନ୍ଧାନ ପାଇ ନଥିଲେ । ତାପର ଦିନ ନିକଟସ୍ଥ କେନାଲରେ ମଧ୍ୟ ଖୋଜାଖୋଜି କରିଥିଲେ । କିଛି ମିଳିନଥିଲା । ଏ ନେଇ ତାଙ୍କର ପୁଅ ଅକ୍ଷୟ ୧୬/୮/୨୫ରେ ନୀଳଗିରି ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ । ତେବେ ଆଜି ସ୍ଥାନୀୟ ଲୋକେ ବଘମରା କେନାଲ ରେ ଏକ ମୃତ ଦେହ ଭାସୁଥିବାର ଦେଖିବାକୁ ପାଇଲା ପରେ ତାହା ମୁକୁନ୍ଦ ସିଂ ବୋଲି ଜଣାପଡିଛି । ଖବର ପାଇ ନୀଳଗିରି ପୁଲିସ ମୃତଦେହକୁ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ନୀଳଗିରି ମେଡିକାଲ ଆଣିଛନ୍ତି । ନୀଳଗିରି ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ୍ ତଦନ୍ତ ଜାରି ରଖିଛି ।