ସମବାୟ ସମିତି ସମ୍ପାଦକଙ୍କୁ ମାଡ଼, ଥାନାରେ ମାମଲା

ଖଇରା : ଧାନ ପଞ୍ଜିକରଣକୁ ନେଇ ଖଇରା ସେବା ସମବାୟ ସମିତି ସମ୍ପାଦକ ଶ୍ରୀକାନ୍ତ ପଲେଇ ଓ ତାଙ୍କର ଅନ୍ୟତମ ସହଯୋଗୀ ଉଦୟ ରାଉତ ଆକ୍ରମଣର ଶିକାର ହୋଇଥିବା ନେଇ ଖଇରା ଥାନାରେ ଅଭିଯୋଗ ହୋଇଛି । ଖଇରା ପୋଲିସ ଆକ୍ରମଣକାରୀ ଉକ୍ତ ଯୁବକଙ୍କ ନାମରେ ଏକ ମାମଲା(୨୬୫/୨୫)ରୁଜୁ କରି ତଦନ୍ତ ଚଳାଇଛି । ଅଭିଯୋଗ ଅନୁଯାୟୀ ଧାନ ପଞ୍ଜିକରଣ ପାଇଁ ଅଗଷ୍ଟ ୨୫ ଶେଷ ଧାର୍ଯ୍ୟ ଦିବସ ଥିଲା । ୨୪ତାରିଖ ଦିନ ବଇ  ଖୁଣ୍ଟା ଗ୍ରାମର ନରେନ୍ଦ୍ର ପରିଡା ଅନ୍ୟ ୨ଜଣ ଚାଷୀଙ୍କର ଫାଇଲ ଆଣି ପଞ୍ଜିକରଣ ପାଇଁ ଦେଇଥିଲେ । ଏହା ପୂର୍ବରୁ  ସମ୍ପାଦକ ଶ୍ରୀକାନ୍ତ ପଲେଇ ପାଖରେ ଅନଲାଇନ ପାଇଁ ୭୦ରୁ ଊଦ୍ଧ୍ୱର୍ ଫାଇଲ ରହିଥିଲା । ୨୫ତାରିଖ ୧୨ଟା ପରେ ଅନଲାଇନ କରାଯାଉଥିବା ସାଇଡ ବନ୍ଦ ହୋଇଯିବା ପରେ ବହୁ ଚାଷୀଙ୍କ ଫାଇଲ ସହିତ ନରେନ୍ଦ୍ର ଦେଇଥିବା ଚାଷଜମି ପଞ୍ଜିକରଣ ହୋଇ ପାରିନଥିଲା । ୨୬ତାରିଖ ଅପରାହ୍ନ ୪ଟା ବେଳେ ନରେନ୍ଦ୍ର ସମିତିକୁ ଆସି ସମ୍ପାଦକ ପଲେଇ ଓ ସହଯୋଗୀ ଉଦୟ ରାଉତଙ୍କୁ ମାଡମାରି ଆହତ କରିଥିଲେ । ଯାହାର ସିସିଟିଭି ଫୁଟେଜ ସମ୍ପାଦକ ପଲେଇ ପୋଲିସକୁ ହସ୍ତାନ୍ତର କରିଛନ୍ତି ।