ଜିଲ୍ଲାସ୍ତରୀୟ ଜୁନିୟର ରେଡ଼କ୍ରସ ଶିବିର ଉଦ୍ୟାପିତ: ରକ୍ତଦାନ ଶିବିରରୁ ୩୫ ୟୁନିଟ୍ ରକ୍ତ ସଂଗ୍ରହ

 ଭଦ୍ରକ: ଜିଲ୍ଲାସ୍ତରୀୟ ଦୁଇ ଦିନିଆ ଜୁନିୟର ରେଡ଼କ୍ରସ ଶିକ୍ଷା ତଥା ତାଲିମ ଶିବିର ୨୦୨୪-୨୫ ଆନୁଷ୍ଠାନିକ ଭାବେ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚୁନଟି, ଚରମ୍ପାରେ ଉଦ୍ୟାପିତ ହୋଇଛି । ଜିଲ୍ଲା ଶିକ୍ଷାଧିକାରୀ ତଥା ଜୁନିୟର ରେଡ଼କ୍ରସର ଅଧ୍ୟକ୍ଷ ଅକ୍ରୁର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବେ ଡା. ଜଗବନ୍ଧୁ ସାହୁ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରଣୟ କୁମାର ନାୟକ ଅନ୍ୟତମ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ଜଗବନ୍ଧୁ ସାହୁ ବାସୁଦେବପୁର ତଥା ଧାମନଗର ବ୍ଲକ ଶିକ୍ଷାଧିକାରୀ, ଚକ୍ରଧର ମଲ୍ଲିକ, ଭଦ୍ରକ ବ୍ଲକ ଶିକ୍ଷାଧିକାରୀ, ଅଧିର କୁମାର ତରାଇ ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷାଧିକାରୀ, ରାଜେନ୍ଦ୍ର ପ୍ରସାଦ ନାୟକ ଜିଲ୍ଲା ଜୁନିୟର ରେଡ଼କ୍ରସ ସମ୍ପାଦକ, ରନôାକର ସାମଲ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ସରପଞ୍ଚ, ସାଇଲକ୍ଷ୍ମୀ ନାୟକ ଚୁନଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ନରେନ୍ଦ୍ର ପ୍ରସାଦ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାଧନକର୍ମୀ ଉମାକାନ୍ତ ବେହେରା, ସୋମନାଥ ନାୟକ, ଭାଗବତ ସୂତାର, ହେମନ୍ତ ସୂତାର, ଶେଖ ଦୟାନ୍, ଲିଜା ଦାସ, ତରଣୀ ସେନ ଜେନା, ସୁଶାନ୍ତ ବିଶ୍ୱାଳ, ଧର୍ମେନ୍ଦ୍ର ବେହେରା, ଶାନ୍ତିଲତା ପଣ୍ଡା, ଅଜୟ ମହାରଣା, ଉପସ୍ଥିତ ରହି ରେଡ଼କ୍ରସ ଓ ଜୁନିୟର ରେଡ଼କ୍ରସର ଇତିହାସ ପ୍ରାଥମିକ ଉପ·ର, ସଡ଼କ ସୁରକ୍ଷା, ବିପର୍ଯ୍ୟୟ ପରି·ଳନା, ଯୋଗ ଇତ୍ୟାଦି ବିଷୟରେ ତାଲିମ ଦେବା ସହିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିଥିଲେ । ବିଭିନ୍ନ ବିଭାଗରେ କୃତି ଜୁନିୟରମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଜିଲ୍ଲା ସ୍ତରରୁ ୯ଟି ବିଭାଗରେ ଶ୍ରେଷ୍ଠସ୍ଥାନ ହାସଲ କରିଥିବା ୧୭ ଜଣ ଜୁନିୟର ଓ ଦୁଇଜଣ ପରାମର୍ଶଦାତା ଆସନ୍ତା ଫେବୃୟାରୀ ୩ରୁ ୭ ମଧ୍ୟରେ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ଶିକ୍ଷା ତଥା ତାଲିମ ଶିବିରରେ ଯୋଗଦାନ କରିବେ । ଏହି ଶିବିରରେ ଜିଲ୍ଲାର ୧୪୬ ଟି ବିଦ୍ୟାଳୟରୁ ୫୦୭ ଜଣ ଜୁନିୟର ଓ ୧୪୬ ଜଣ ପରାମର୍ଶଦାତା ଯୋଗଦାନ କରିଥିଲେ । ଦ୍ୱିତୀୟ ଦିବସରେ ରକ୍ତଦାନ ଶିବିର ଆୟୋଜିତ ହୋଇ ୩୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ସାଧନ କର୍ମୀ ଉମେଶ ଚନ୍ଦ୍ର ମାଝି କାର୍ଯ୍ୟକ୍ରମ ପରି·ଳନା କରିଥିଲେ । ସାଧନକର୍ମୀ ଦିପ୍ତୀମୟୀ ସାହୁ, ମହେଶ୍ୱର ରାଉତ, ବିଜୟ ସୂତାର, ସମରେନ୍ଦ୍ର ନାଥ ମିଶ୍ର, ଅନିଲ୍ ମିଶ୍ର, ଶ୍ରଦ୍ଧାଞ୍ଜଳି କର, ମାନସ ମିଶ୍ର, ଶ୍ରୀକାନ୍ତ ପଣ୍ଡା, ରଞ୍ଜନ ବେହେରା, ପ୍ରଭୁଦତ୍ତ ପଣ୍ଡା, ମନିନ୍ଦ୍ର ନାୟକ, ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଜୁନିୟର ରେଡ଼କ୍ରସ ଯୁଗ୍ମ ସଂପାଦକ ଭୀମ ଚରଣ ପରିଡ଼ା ଧନ୍ୟବାଦ ପ୍ରଦାନ କରିଥିଲେ ।