ଆରଏମସିରେ ଜଳିଗଲା ୨ ଗୋଦାମ ଘର
ଭଦ୍ରକ: ଭଦ୍ରକ ଟାଉନ ପାଖରେ ଥିବା ଆର ଏମସି ମାର୍କେଟରେ ଆଜି ସକାଳେ ହଟାତ ଅଗ୍ନିକାଣ୍ଡ ଘଟି ସବୁ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଦମକଳ ବାହିନୀ ବିଳମ୍ବରେ ଆସି ନିଆଁ ଲିଭାଇଥିଲା । ସକାଳେ ଗୋଦାମ ଭିତରୁ କଳା ଧୂଆଁ ବାହାରିଥିବା ବେଳେ ଲୋକେ ଦେଖିଥିଲେ । ପରେ ଗୋଦାମ ଖୋଲି ଦେଖିଥିଲେ ପ୍ଲାଷ୍ଟିକ ଚେୟାର ଏବଂ ଅନ୍ୟ ଜିନିଷ ସବୁ ଜଳୁଥିଲା । ସର୍ଟ ସର୍କିଟ ଅନୁମାନ କରାଯାଉଛି । ସେହିପରି ପାଖ ଗୋଦାମରେ ବିସ୍କୁଟ ସବୁ ଜଳି ଛାର ଖାର ହୋଇଥିବା ଦେଖାଯାଇଛି । ଉପ ଜିଲ୍ଲାପାଳ ଅଗ୍ନିଶମ ବାହିନୀକୁ ଡାକିଥିବା କହିଥିଲେ । ଅଗ୍ନିକାଣ୍ଡ କାରଣ ଜାଣିବା ପାଇଁ ତଦନ୍ତ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।