କାର ଧକ୍କାରେ ବଳଦ ମୃତ
ାା ପ୍ରଭାନୁ୍ୟଜ୍ ।ା ବୈଶିଙ୍ଗା: କାର ଧକ୍କାରେ ବଳଦ ମୃତ । ସୂଚନା ଅନୁଯାଯୀ ୧୮ନଂ ଜାତୀୟ ରାଜପଥର ଶାଳବଣି ଗ୍ରାମର କାରାନ ମୁର୍ମୁଙ୍କର ବଳଦଟି ବଗଲପୁର ଛକ ନିକଟରେ ଜାତୀୟ ରାଜପଥ ଅତିକ୍ରମ କରୁଥିବାବେଳେ ହଠାତ୍ ବାରିପଦା ପଟରୁ ବୈଶିଙ୍ଗା ଅଭିମୁଖେ ଆସୁଥିବା ଓଡି୦୨-ଏଜେଡ୩୮୨୬ ନଂ ବିଶିଷ୍ଟ ଏକ ଦ୍ରୁତଗାମୀ କାର ବଳଦକୁ ଶକ୍ତ ଧକ୍କା ଦେଇଥିଲା । ଦୁର୍ଘଟଣାରେ କାରର ସମ୍ମୁଖ ଭାଗ ସମ୍ପୂର୍ଣ ଭାଙ୍ଗିରୁଜି ଯାଇଥିବାବେଳେ ବଳଦଟି ରାସ୍ତା ପାର୍ଶ୍ୱକୁ ଛିଟିକି ପଡିଥିଲା ଓ କିଛି ସମୟ ଛଟପଟ ହେବାପରେ ଜୀବନ ହାରିଥିଲା । ଘଟଣାସ୍ଥଳରେ କାରାନ ଓ ଗ୍ରାମବାସୀ ପହଞ୍ଚି କାରକୁ କିଛି ସମୟ ଅଟକ ରଖିବା ପରେ ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରି ଥାନାକୁ ଆଣିବା ସହିତ କାର ମାଲିକଙ୍କ ତରଫରୁ ମୃତ ବଳଦର ପରିବାରକୁ କ୍ଷତିପୂରଣ ଦିଆ କରାଇଥିଲେ ।