ଦୀନ ଦୟାଲ ସ୍ପର୍ଶ ଯୋଜନାର ଶୁଭାରମ୍ଭ ଡାକ ଟିକଟ ସଂଗ୍ରହ ପାଇଁ ମିଳିବ ଛାତ୍ରବୃତ୍ତି
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର : ସଉକ ପାଇଁ ଡାକ ଟିକଟ ସଂଗ୍ରହ କରୁଥିବା ଷଷ୍ଠରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରବୃତ୍ତି ଓ ଗବେଷଣାକୁ ପ୍ରୋସôାହନ ଦେବା ଲାଗି ଡାକ ବିଭାଗ ପକ୍ଷରୁ ବାର୍ଷିକ ବୃତ୍ତି ପ୍ରଦାନ ନିମନ୍ତେ ଦୀନ ଦୟାଲ ସ୍ପର୍ଶ ଯୋଜନାର ଶୁଭାରମ୍ଭ କରାଯାଇଛି । ମାନ୍ୟତାପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବା ଓ ଡାକ ଟିକଟ ସଂଗ୍ରହକୁ ସଉକ ଭାବେ ଗ୍ରହଣ କରିଥିବା ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ମେଧାବୀ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୬୦୦୦ ଟଙ୍କା ଓ ମାସିକ ୫୦୦ଟଙ୍କାର ବୃତ୍ତି ଦିଆଯିବ । ପ୍ରଥମସ୍ତରର ପ୍ରତିଯୋଗିତା ଲିଖିତ ଡାକ ଟିକଟ ସଂଗ୍ରହ ଉପରେ ପ୍ରଶ୍ନନୋତ୍ତର ଓ ଦ୍ୱିତୀୟ ସ୍ତରର ପ୍ରତିଯୋଗିତା ଭାବେ ଡାକ ଟିକେଟ୍ ସଂଗ୍ରହ ପ୍ରକଳ୍ପକୁ ଆଧାର କରି ଅନ୍ତିମ ପ୍ରାର୍ଥୀ ଚୟନ କରାଯିବ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ନିରର୍ଦ୍ଦିଷ୍ଟ ଡାକ ବିଭାଗ ମାଧ୍ୟମରେ ଆବେଦନ ପ୍ରାପ୍ତିର ଶେଷ ତାରିଖ ୧୮ ସେପ୍ଟେମ୍ବର ୨୦୨୪ ରଖାଯାଇଛି । ଲିଖିତ ଡାକ ଟିକଟ ସଂଗ୍ରହ ଉପରେ ପ୍ରଶ୍ନୋତ୍ତର ପ୍ରତିଯୋଗିତା ପାଇଁ ପ୍ରାରମ୍ଭିକ ତାରିଖ ୨୯ ସେପ୍ଟେମ୍ବର ୨୦୨୪ ରଖାଯାଇଛି ।
ବୃତ୍ତି ଯୋଜନା ସମ୍ପର୍କରେ ବିସ୍ତୃତ ବିଜ୍ଞପ୍ତି, ଲିଖିତ ପ୍ରଶ୍ନୋତ୍ତରର ପାଠ୍ୟଖସଡା, ଡାକ ଟିକେଟ୍ ସଂଗ୍ରହ ପ୍ରକଳ୍ପ କାର୍ଯ୍ୟ ଆଦି ସମ୍ପର୍କରେ ସୂଚନା ୱେବସାଇଟ୍ ଷଗ୍ଧଗ୍ଧକ୍ଟ୍ର://କ୍ଟୟସଗ୍ଦଷବକ୍ଟ୍ରକ୍ଟଗ୍ଦଗ୍ଧ.ଶକ୍ଟଙ୍ଖ.ସଦ୍ଭରେ ଉପଲବ୍ଧ ରହିଛି । ଅଧିକ ସୂଚନା ପାଇଁ ସମ୍ପୃକ୍ତ ଡାକ ଡିଭିଜନର ବରିଷ୍ଠ ଅଧିକ୍ଷକ, ପିଏମଜି ସମ୍ବଲପୁର/ବ୍ରହ୍ମପୁର ଓ ଭୁବନେଶ୍ୱର ସ୍ଥିତ ଓଡ଼ିଶା ପରିମଣ୍ଡଳ ମୁଖ୍ୟ ମହାଡାକପାଳଙ୍କ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀ ଯୋଗାଯୋଗ କରିପାରିବେ ।