ଅଙ୍ଗନବାଡ଼ି କର୍ମୀଙ୍କ ଅନିୟମିତତା ୪ଦିନ ହେବ କେନ୍ଦ୍ରରେ ତାଲା ଠୁଙ୍କିଲେ ଗ୍ରାମବାସୀ


ାା ପ୍ରଭାନୁ୍ୟଜ୍ ।ା କୋଷାଗୁମୁଡ଼ା: ଅଙ୍ଗନୱାଡି କର୍ମୀଙ୍କ କାର୍ଯ୍ୟରେ ଅନିୟମିତତା  । ଦିନେ ଆସିଲେ ୪ଦିନ ଆସୁନାହାନ୍ତି କର୍ମୀ  । ନା ମିଳୁଛି ପୋଷଣ ଖାଦ୍ୟ ନା ଗର୍ଭବତୀ ପ୍ରସ୍ତୁତି ମା' ମାନଙ୍କୁ ଉପଯୁକ୍ତ ସେବା । ହିତାଧିକାରୀଙ୍କ ଯୋଜନାକୁ ହଡ଼ପ ସମୃକ୍ତ କର୍ମୀ କରୁଥିବା ଅଭିଯୋଗରେ ୪ଦିନ ହେଲା ତାଲା ଠୁଙ୍କିଛନ୍ତି ଗ୍ରାମବାସୀ  । ଏଇଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍ ଫାର୍ଶାଗୁଡ଼ା ପଞ୍ଚାୟତର ବନ୍ଦିଗୁଡ଼ା ଅଙ୍ଗନୱାଡ଼ି କେନ୍ଦ୍ରଠାରେ । ଏନେଇ ଗ୍ରାମବାସୀ ପ୍ରକଳ୍ପ ଶିଶୁବିକାଶ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସମୃକ୍ତ କର୍ମୀଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ବନ୍ଦିଗୁଡ଼ା ଅଙ୍ଗନୱାଡ଼ିକେନ୍ଦ୍ରରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ ସୁଭସିତା ପାତ୍ର ନିୟମିତ ଭାବେ କାର୍ଯ୍ୟରେ ଯୋଗ ଦେଉନଥିବା ସହ ଶିଶୁମାନଙ୍କ ପାଇଁ ଆସୁଥିବା ପୋଷଣ ଅଣ୍ଡା, ଛତୁଆକୁ ସମାନ ଭାବେ ନ ଦେଇ ହେରଫେର କରୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି  । ଏଥି ସହ ଗର୍ଭବତୀ ମାଁ ଓ ପ୍ରସ୍ତୁତି ମାଁ ମାନଙ୍କୁ ନିୟମିତ ଚିକିସôା ପାଇଁ ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସି ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଗ୍ରାମବାସୀ କୋଷାଗୁମୁଡ଼ା ପ୍ରକଳ୍ପ ଶିଶୁ ବିକାଶ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ସଂପୃକ୍ତ ଅଙ୍ଗନୱାଡ଼ି କର୍ମୀଙ୍କୁ ତୁରନ୍ତ କାର୍ଯନୁଷ୍ଠାନ ସହ ବଦଳି ଦାବି କରି ଚାରିଦିନ ହେବ ଅଙ୍ଗନବାଡ଼ି କେନ୍ଦ୍ରକୁ ଗ୍ରାମବାସିମାନେ ତାଲା ଠୁଙ୍କି ରଖିଛନ୍ତି । ଏନେଇ ଆମେ କୋଷାଗୁମୁଡ଼ା ପ୍ରକଳ୍ପ ଶିଶୁ ବିକାଶ ଅଧିକାରୀ ଯମୁନା ଭତ୍ରାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିନଥିଲା  ।