ମୋହନ ସରକାରଙ୍କ ଦୃଷ୍ଟି ପଡୁ ଜହର ପାଲଟିଛି ବୈତରଣୀ ଜଳ
ଯାଜପୁର ସଦର: ଅଳିଆ ଆବର୍ଜନାରେ ଭର୍ତ୍ତି ପୂଣ୍ୟ ବୈତରଣୀ । ଯାଜପୁରର ଜୀବନଧାରା ବୋଲି କୁହାଯାଉଥିବା ବୈତରଣୀ ନଦୀ ଜଳ ଅଳିଆ ଆବର୍ଜନାରୁ ପ୍ରଦୂଷିତ ହୋଇପଡ଼ିଛି । ଯାଜପୁର ସହରର ଅଳିଆ ଆବର୍ଜନାକୁ ମୁଣ୍ଡାଉଥିବା ନଦୀ ଜଳ ଗୋଟେ ପଟେ ଜହର ପାଲଟିଥିବା ବେଳେ ଅନ୍ୟପଟେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସୁଥିବା ତୀର୍ଥଯାତ୍ରୀ ଏହାକୁ ଦେଖି ନାକ ଟେକୁଛନ୍ତି । ନଦୀଜଳକୁ ନେଇ ପରିବେଶବିତ ଚିନ୍ତା ପ୍ରକଟ କରୁଥିଲେ ହେଁ, ଯାଜପୁର ଜିଲ୍ଲା ପ୍ରଶାସନ କିମ୍ବା ପୌର ପ୍ରଶାସନ ଅଚିନ୍ତାରେ ବସିଛି । ଯାହାଫଳରେ ଦିନକୁ ଦିନ ସମସ୍ୟା ହେଉଥିବାରୁ ଆଗାମୀ ଭବିଷ୍ୟତରେ ଯାଜପୁରବାସୀଙ୍କୁ ଏଥିନେଇ ବହୁମୂଲ୍ୟ ଦେବାକୁ ପଡିବ ବୋଲି ମତ ପ୍ରକାଶ ପାଇଛି । ବୈତରଣୀ ନଦୀ କୂଳରେ ଅବସ୍ଥିତ ପ୍ରାଚୀନ ଉକôଳର ବହୁ କିର୍ତିମାନ କାରୁକାର୍ଯ୍ୟରେ ଶୋଭିତ କରୁଥିବା ବରାହ ନୃସିଂହ ମନ୍ଦିର, ସୂର୍ଯ୍ୟ ମନ୍ଦିର, ବୈତରଣୀ ନଦୀ କୂଳରେ ଅବସ୍ଥିତ ପ୍ରାଚୀନ ଯମ ମାଆ ସାତ ଭଉଣୀ ମନ୍ଦିର ଦେଖିବାକୁ ଓଡ଼ିଶା ସମେତ ବାହାର ରାଜ୍ୟରୁ ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ଯାତ୍ରୀ ଆସିଥାନ୍ତି । ବାହାର ରାଜ୍ୟରୁ ପ୍ରତ୍ୟେକ ଦିନ ଯାଜପୁର ଆସୁଥିବା ଶ୍ରଦ୍ଧାଳୁ ପୂଣ୍ୟ ବୈତରଣୀ ନଦୀରେ ବୁଡ଼ ପକାଇବା ତ ଦୂରର କଥା ପାଣି ଛିଞ୍ଚô ହେବାକୁବି କୁଣ୍ଠାବୋଧ କରୁଛନ୍ତି । ସହରର ସମସ୍ତ ଅଳିଆ ଆବର୍ଜନାକୁ ନେଇ ନଦୀ କୂଳରେ ଜମା କରିବା ତାହା କେତେ ଯୁକ୍ତିଯୁକ୍ତ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବର୍ଷା ଦିନର ବର୍ଷା ସହିତ ଅଦିନିଆ ବର୍ଷାର ନିଷ୍କାସନର ଅପରିଷ୍କାର ଜଳ ବୈତରଣୀ ନଦୀରେ ମିଶୁଛି । କିନ୍ତୁ ନଦୀ କୂଳରେ ଥାଇ ମଧ୍ୟ ବିଶୁଦ୍ଧ ଜଳ ପାଇବାରୁ ବଞ୍ଚôତ ହେଉଛନ୍ତି ବରାହ ନାଥ ସହିତ ଅନେକ ଗ୍ରାମବାସୀ । କେବଳ ସେତିକି ନୁହେଁ, ଦୂଷିତ ଜଳର ପ୍ରଭାବରେ ନଦୀରେ ଥିବା ବିଭିନ୍ନ ପ୍ରକାରର ମତ୍ସ୍ୟ ଏବଂ ଏହି ମତ୍ସ୍ୟ ଖାଇଲେ ମଣିଷ ଶରୀର ଉପରେ ବିଭିନ୍ନ ପ୍ରକାରର ରୋଗ ହେଉଛି । ନଦୀ ଉପରେ ନିର୍ଭରଶୀଳ ଶତାଧିକ ମତ୍ସ୍ୟଜୀବୀ ପ୍ରଦୁଷଣ ଜଳ ପାଇଁ ନିଜର ଜୀବିକା ହରାଇ ବସିଲେଣି । ଯାଜପୁର ପୌରପାଳିକା ପକ୍ଷରୁ ବୈତରଣୀ ନଦୀର ସୁରକ୍ଷା ସହିତ ନଦୀର ଜଳକୁ ପ୍ରଦୂଷଣ ମୁକ୍ତ କରାଇବା ପାଇଁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁ ନଥିବା ବେଳେ, କୁଢ଼କୁଢ଼ ଅଳିଆ ଆବର୍ଜନାକୁ ବୋହିନେଇ ବୈତରଣୀ ନଦୀ କୂଳରେ ଠୁଳ କରିବା ସହିତ ପରିବେଶକୁ ପ୍ରଦୂଷିତ କରୁଥିବା ବେଳେ ନଦୀର ସୁରକ୍ଷା ପାଇଁ କୈାଣସି ବ୍ୟବସ୍ଥା କରାଯାଉ ନଥିବାରୁ ପରିବେଶବିତ୍ ଉଦବେଗ ପ୍ରକାଶ କରିଛନ୍ତି । ଏହି ଜଳରେ ଗାଧୋଇଲେ ବିଭିନ୍ନ ପ୍ରକାରର ଚର୍ମରୋଗ ହେଉଛି । ନଦୀର ଜଳ ଅବରୋଧ ହୋଇ ରହୁଥିବା କାରଣରୁ ପାନୀୟ ଜଳ ପାଇ ବ୍ୟବହୃତ କରିବା ଦ୍ୱାରା କିଡ୍ନୀ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ବୈତରଣୀ ନଦୀରେ ବହୁ କଇଁଛ ଥିବା ବେଳେ ଏପରି ଅଳିଆ ଆବର୍ଜ୍ଜନା ଓ ଜଳ ପ୍ରଦୂଷିତ ହେତୁ ଏହାର ବଂଶ ଧିରେ ଧିରେ ଲୁପ୍ତ ହେବାକୁ ବସିଲାଣି । ତେଣୁ ଜଳଚର ଜୀବଙ୍କ ପାଇଁ କାଳ ସାଜିଥିବା ପରିବେଶବିତ୍ ମତପ୍ରକାଶ କରିଛନ୍ତି । ଏପରି ପରିବେଶ ପ୍ରଦୂଷଣ ହେଲେ ଆଗାମୀ ଯୁବପୀଢି ମାନଙ୍କର ଭବିଷ୍ୟତ ଉପରେ ପ୍ରଭାବ ପକାଇବାକୁ ଏଡ଼ାଇ ଦିଆଯାଇନପାରେ । ମୋହନ ସରକାର ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷିତ ଏବଂ ତୀର୍ଥଯାତ୍ରୀଙ୍କ ହିତ ପାଇଁ ପଦକ୍ଷେପ ନେବାକୁ ପରିବେଶବିତ୍ ଦାବି କରିଛନ୍ତି ।