ନାବାଳିକା ଅପହରଣ ଘଟଣା ,ମୁଖ୍ୟ ଅଭିଯୁକ୍ତ କୋର୍ଟ ଚାଲାଣ
ାା ପ୍ରଭାନୁ୍ୟଜ ।ା ବିଞ୍ଝାରପୁର: ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ କପିଳା ଗ୍ରାମର ଜୈନିକ କଲେଜ ପଢ଼ୁଆ ନାବାଳିକାକୁ ଅପହରଣ ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଥିବାବେଳେ ପୂର୍ବରୁ ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଛି ।ଘଟଣା ମୁତାବକ କପିଳା ଗ୍ରାମର କଲେଜ ପଢ଼ୁଆ ନାବାଳିକା ଝିଅ ଗତ ସେପ୍େଟମ୍ବର ୧୯ ତାରିଖରେ କଲେଜ ଯାଇ ଘରକୁ ଫେରି ନଥିଲା । ପରିବାର ଲୋକେ ବହୁ ଖୋଜା ଖୋଜି ପରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ଝିଅକୁ କେନ୍ଦ୍ରାପଡ଼ା ଜିଲା ଗୋବିନ୍ଦପୁର ଅଞ୍ଚଳର ଦିପକ ସାମଲ କଲେଜରୁ ଅପହରଣ କରିନେଇଛି । ଏହି ଘଟଣାକୁ ନାବାଳିକାର ବାପା ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲି ମାମଲା ରୁଜ କରି ତଦନ୍ତ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତ ପରେ ଜାଣିବାକୁ ପାଇଥିଲା ଯେ ମୂଖ୍ୟ ଅଭିଯୁକ୍ତ ସହିତ ଅନ୍ୟ ଦୁଇ ସହଯୋଗୀ ଏହି ଅପହରଣରେ ସାମିଲ୍ ଅଛନ୍ତି । ଦୁଇ ସହଯୋଗି ହେଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଞ୍ଚଳର ପ୍ରତାପ ଯେନା ଓ ଶ୍ରୀଧର ଯେନା । ଏହି ଦୁଇ ଜଣ ସମ୍ପର୍କରେ ବାପ ପୁଅ ହୋଇଥିଲାବେଳେ ମୂଖ୍ୟ ଅଭିଯୁକ୍ତ ଦିପକର ମାମୁଁ ଓ ମାମୁଁ ପୁଅ ଭାଇ ଅଟନ୍ତି । ପୁଲିସ ଅପହରଣ ଘଟଣାରେ ଦୁଇ ସହଯୋଗୀ ପ୍ରତାପ ଓ ଶ୍ରୀଧରଙ୍କୁ ଗତ ୨୦ତାରିଖରେ ମଙ୍ଗଳପୁର ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ମଧ୍ୟ ମୂଖ୍ୟ ଅଭିଯୁକ୍ତ ଦିପକ ଓ ନାବାଳିକା ଝିଅ ସେହିଦିନଠାରୁ ଫେରାର ଥିଲେ । ହେଲେ ପୁଲିସ ଶୁକ୍ରବାର ରାତିରେ ଯାଜପୁର ଟାଉନ ଅଞ୍ଚଳରେ ଚଢାଉ କରି ମୁଖ୍ୟ ଅଭିଯୁକ୍ତ ଦିପକକୁ ଗିରଫ କରିବା ସହିତ ନାବାଳିକାକୁ ଉଦ୍ଧାର କରିଥିଲା । ନାବାଳିକାକୁ ତାର ପରିବାରର ଜିମାଦିଆଯାଇଛି ।